କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିବା ହେଉଛି ଆର୍ଟ ଅଫ୍ ଗିଭିର ଜୀବନ ଦର୍ଶନ । ଆସନ୍ତାକାଲି ଏହା ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ପାଳିତ ହେଉଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ୍ ଗଭିଂ ସାରା ବିଶ୍ବରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ଯେଉଁଠି ଯେତେବେଳେ ଆବଶ୍ୟକ ସେଇଠି ସେହି ସମୟରେ ସହଯୋଗର ହାତ ବଢ଼ାଇବା । ମାନବ ସେବା ଠାରୁ ବଡ଼ ଆଉ କିଛି ଧର୍ମ ନାହିଁ । ମାନବିକତା ହିଁ ମାନବ ସମାଜକୁ ସୁରକ୍ଷିତ ରଖି ପାରିବ । ବସୁଧୈବ କୁଟୁମ୍ବକମ୍ ଭାବରେ ସାରା ବିଶ୍ବଶାନ୍ତି ବାନ୍ଧି ରଖି ପାରିବ କେବଳ ମାନବିକତା । ବିଶ୍ବରେ ଶାନ୍ତି ସ୍ଥାପିତ ହୋଇ ପାରିବ । ଏଭଳି କିଛି ବାର୍ତ୍ତା ନେଇ ପାଳିତ ହେଉଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍ ଗିଭିଂ’ ଦିବସ । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ କଳ୍ପା ପ୍ରସୂତ ଏହି କାର୍ଯ୍ୟକ୍ରମ ୨୦୧୩ ମସିହାରୁ ଆରମ୍ଭ ହୋଇଛି । ମହତ୍ ଚିନ୍ତାଧାରାକୁ ନେଇ ଡ. ସାମନ୍ତ ଏହାକୁ ଆରମ୍ଭ କରିଥିଲେ। ଯାହା ଧୀରେ ଧାରେ ସାରା ବିଶ୍ବକୁ ବ୍ୟାପି ଯାଇଛି । ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଖୁସିର ପ୍ରସାର ହେଉଛି ଆର୍ଟ ଅଫ୍ ଗିଭିଂର ପ୍ରମୁଖ ଲକ୍ଷ୍ୟ। ଏହି ଦିବସ ପ୍ରତି ବର୍ଷ ମେ ୧୭ ତାରିଖରେ ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ ଏକାଦଶ ଆର୍ଟ ଅଫ୍ ଗିଭିଂ ଦିବସ ଜୁନ୍ ୧୭ ତାରିଖରେ ପାଳନ କରାଯାଉଛି । ପ୍ରତିବର୍ଷ ବିଭିନ୍ନ ଥିମକୁ ନେଇ ଆର୍ଟ ଅଫ୍ ଗିଭିଂ ବା ଦେବାର କଳା ଦିବସ ପାଳନ କରାଯାଇଥାଏ । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି । ଚଳିତ ବର୍ଷର ଥିମ୍ ରହିଛି ‘ଲେଟସ୍ ଏଓଜି’ । ଅର୍ଥାତ୍ ଆର୍ଟ ଅଫ୍ ଗିଭିଂ କଣ ତାକୁ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା।

ଏହି ୧୧ ବର୍ଷ ମଧ୍ୟରେ ଏକ ବୃହତ୍ ଜନଆନ୍ଦୋଳନରେ ପରିଣତ ହୋଇଛି ଆର୍ଟ ଅଫ୍ ଗିଭିଂ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଥିମରେ ପାଳନ କରାଯାଉଛି ଏହି ଦିବସ । ୨୦୧୫ରେ KOMPASSION-THA GARMENT BANK, ୨୦୧୬ରେ CONNECTING WITH THE WORLD AND SELF, ୨୦୧୭ରେ CYCLOTHON , ୨୦୧୮ରେ PYAR BHARA PACK, ୨୦୧୯ରେ BAG OF HAPPINESS ଥିମ୍ ରହିଥିଲା । ୨୦୨୦ ବର୍ଷ ସାରା ବିଶ୍ବ ପାଇଁ ଭୟଙ୍କର ସ୍ଥିତି ଆଣିଥିଲା କରୋନା । ସେହି ବର୍ଷ ଆହୁରି ବ୍ୟାପକ ହୋଇଥିଲା ଏହି କାର୍ଯ୍ୟକ୍ରମ । ୨୦ ନିୟୁତ ଲୋକଙ୍କ ପାଖରେ ପହଞ୍ଚିଥିଲା ସହାୟତା । ୨୦୨୦ର ଥିମ୍ ଥିଲା AOG FIGHTS CORONA । ୨୦୨୧ରେ MY MOTHER MY HERO , ୨୦୨୨ରେ HOPE HAPPINESS AND HARMONEYଏବଂ ୨୦୨୩ରେ HELPING THE HELP। ଥିମ୍ ରହିଥିଲା ।

ଚଳିତ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ସୀମିତ ନରହି ଏକ ମହାଜାଗତିକ ବାର୍ତ୍ତା ସହ ଅନ୍ତର୍ଭୁକ୍ତ ହୋଇଛି । ଏଥିରେ ସବୁ ଧର୍ମ, ବୟସର ଲୋକେ ସାମିଲ ହେଉଛନ୍ତି । ନିଜ ପିଲା ବେଳର ଦାରିଦ୍ର୍ୟ ଓ ସଂଘର୍ଷ ଜୀବନର ଅନୁଭବକୁ ଆଧାର କରି ଡ. ସାମନ୍ତ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ନିଜ ସମାଜ ସେବା କ୍ଷେତ୍ରକୁ ଆହୁରି ବ୍ୟାପକ କରିବା ଥିଲା ଉଦ୍ଦେଶ୍ୟ । ଯାହା ଏବେ ମହାଦ୍ରୁମରେ ପରିଣତ ହୋଇଛି । ରାଜ୍ୟ, ଓ ଦେଶ ସମେତ ସାରା ବିଶ୍ବର ପାଳନ କରାଯାଉଛି । ଚଳିତ ବର୍ଷ ଭାରତ ସମେତ ମୋଟ ୨୦୦ ଦେଶରେ ୨୫ ହଜାର ସ୍ଥାନରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରାଯାଉଛି ।

କାନାଡ଼ା, ବ୍ରିଟେନ୍ ,ଜର୍ମାନୀ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଆଫ୍ରିକା, କାତାର, ଦକ୍ଷିଣ କୋରିଆ, ନାଇଜେରିଆ, ଶ୍ରୀଲଙ୍କା, ତାଞ୍ଜାନିଆ, କଙ୍ଗୋ, କେନିୟା, ବାହାରିନ୍ , ଭୁଟାନ୍ , ଆରବ ଏମିରେଟନ୍ସ, ବାହାରିନ୍ , ନେପାଳ, ବାଂଲାଦେଶ ଆଇଭରିକୋଷ୍ଟ ଭଳି ଅନେକ ଦେଶରେ ପାଳନ କରାଯାଉଛି ଆର୍ଟ ଅଫ୍ ଗିଭିଂ ଦିବସ ।

ସେହିପରି ଦେଶରେ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନରେ ମଧ୍ୟ ଉତ୍ସାହର ସହ ଆୟୋଜିତ ହେଉଛି ଆର୍ଟ ଅଫ୍ ଗିଭିଂ ।ଏହା ସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକସ୍ତରରେ ମଧ୍ୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରୁଛନ୍ତି ଲୋକେ ।

ଏବେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍ ଗିଭିଂର ୨ କୋଟିରୁ ଊର୍ଦ୍ଧ୍ୱ ଅନୁଗାମୀ ଓ ୧ କୋଟି ସଦସ୍ୟ ଏହାର ବାର୍ତ୍ତା ବର୍ଷ ତମାମ ପ୍ରଚାର ଓ ପ୍ରସାର କରୁଛନ୍ତି । ବିଶ୍ୱର ୨୦୦ଟି ଦେଶରେ ଏହାର ସଂଯୋଜକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ବ୍ଲକ୍ ଓ ପଞ୍ଚାୟତରେ ସଂଯୋଜକ ଅଛନ୍ତି । ପାଇବାର କୌଣସି ଆଶା ନ ରଖି ଅନ୍ୟକୁ ବିଭିନ୍ନ ଭାବରେ ଦାନ କରିବାର ଦର୍ଶନ ଉପରେ ଏହା ପର୍ଯ୍ୟବେସିତ । ଏଥିପାଇଁ ସମାଜର ବିଭିନ୍ନ ବର୍ଗର କୋଟି କୋଟି ଲୋକ ଏଥିରେ ଅନୁପ୍ରାଣିତ ହୋଇ ‘ଆର୍ଟ ଅଫ୍ ଗିଭିଂ’ ଅଭିଯାନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.