ସରକାରୀ କର୍ମଚାରୀଙ୍କୁ ୩୦ ଜୁନ ଯାଏ ଛୁଟି ମନା, ସରାକାରୀ ଛୁଟିରେ ବି ରହିବେ ଉପସ୍ଥିତ

କେନ୍ୟୁଜ (ବ୍ୟୁରୋ)  : ସରକାରୀ କର୍ମଚାରୀଙ୍କ ପାଇଁ ଏଥର ରଜ ଫିକା । କାରଣ ଜୁନ ୩୦ ଯାଏ କୌଣସି କର୍ମଚାରୀଙ୍କୁ ଛୁଟି ନ ଦେବାକୁ ରହିଛି ନିର୍ଦ୍ଦେଶ । ଓଡିଶାରେ ଦିନକ ପରେ ହେବ ନୁତନ ସରକାର ପାଇଁ ଶପଥ ଗ୍ରହଣ ଉତ୍ସବ । ନୂଆ ସରକାର ଆସିବା ଅବ୍ୟବହିତ ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ନେବା ପାଇଁ ବାରଣ କରାଯାଇଛି । ଏପରିକି ସରକାରୀ ଛୁଟି ଦିନରେ ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାରୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂକ୍ରାନ୍ତରେ ଜିଏ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଜୁନ ୩୦ ଯାଏ ଯେପରି କୌଣସି କର୍ମଚାରୀ ଛୁଟି ନନେବେ ସେ ନେଇ କଡା ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.