ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ ପୂଜା କରିବାର ମହାର୍ଘ୍ୟ ପର୍ବ। ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି। ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ ।  ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର ଆଉ ଏକ ଆକର୍ଷଣ ହେଲା ଦୋଳି ।  ଦୋଳି ଖେଳୁଛନ୍ତି ଝିଅମାନେ । ରଜର ସ୍ୱତନ୍ତ୍ର ଗୀତ ବି ରହିଛି ।

ଏହା ସହିତ ରଜ ପାନର ବି ରହିଛି ସ୍ୱତନ୍ତ୍ରତା। ରଜପାଳନ ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । ପୋଡ ପିଠା, ଆରିସା, କାକରା ଓ ମଣ୍ଡା ପିଠାରେ ମହକୁଛି ଘର। ଜମୁଛି ତାସ ଓ ଲୁଡୁ ଖେଳର ଆସର। ସମସ୍ତେ ରଜ ପାନ ଖାଇ ଏକାଠି ଦୋଳି ଖେଳର ମଜା ନେଉଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Leave A Reply

Your email address will not be published.