ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ ଶିକାରୀଙ୍କ ଗୁଳିରେ ଟଳି ପଡ଼ୁଛନ୍ତି ତ ଆଉ କେତେବେଳେ ଖାଦ୍ୟ ଏବଂ ପାନୀୟ ଅନ୍ୱେଷଣରେ ଆସି ଯାଉଛନ୍ତି ଜନବସ୍ତି ଅଞ୍ଚଳକୁ । ଯାହା ଫଳରେ ବିଭିନ୍ନ ବିପଦର ସମ୍ମୁଖୀନରେ ପଡ଼ୁଛନ୍ତି ଗଜରାଜ । ଆଜି ପାଣି ପିଇବା ପାଇଁ ଡହଳ ବିକଳ ହୋଇ ଖୋଜି ଖୋଜି ଆସି ଫସିଥିଲେ ବଡ଼ମ୍ବା ବ୍ଲକ ବେଲିହାପାଳର ଏକ ନାଳ ରେ । ତିନୋଟି ହାତୀ ଆଜି ସକାଳୁ ଏକ ନାଳରେ ଫସିରହିଥିବା ବେଳେ  ଉଦ୍ଧାର କରିବା ନିମନ୍ତେ ବଡ଼ମ୍ବା ବନ ବିଭାଗ ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.