ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ, ଦାଦା ଆହତ ହୋଇଛନ୍ତି  ।  ମୃତକ ହେଲେ ବାଲେଶ୍ଵର ଜିଲ୍ଲା ଖନ୍ତପଡା ଅଞ୍ଚଳର ଗିରିଧାରୀ ମଲିକଙ୍କ ଝିଆରୀ ଗୌରୀ ମଲିକ ।  ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ରଜ ପାଇଁ ଆଜି ସକାଳୁ ଭୁବନେଶ୍ୱରରୁ ବାଇକ ଯୋଗେ ଝିଆରୀକୁ ସାଙ୍ଗରେ ନେଇ ଦାଦା ଗାଁ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଅଟୋ ସହ ବାଇକର ଧକ୍କା ହୋଇଥିଲା ।  ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଝିଆରୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦାଦା ଗିରିଧାରୀକୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।  ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.