କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୪୫ ଜଣ ଭାରତୀୟଙ୍କ ପାର୍ଥିବ ଶରୀର ଧରି ଭାରତୀୟ ବାୟୁସେନାର ଏକ ବିମାନ କୋଚିରେ ପହଞ୍ଚିଛି । କୁଏତ ସରକାର ଏହି ଘଟଣାକୁ ତୁରନ୍ତ ଯାଞ୍ଚ କରିବାକୁ ଆଶ୍ୱସନା ଦେଇଛି । ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ହରିୟାଣା, ଓଡିଶାରେ ଲୋକ ରହିଛନ୍ତି । ବାୟୁସେନା ବିମାନରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଭାରତୀୟଙ୍କ ସହାୟତା ପାଇଁ କୁଏତ ଯାଇଥିଲେ ।

ତେବେ ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୩ ଜଣ, ବିହାର, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଜଣେ ଜଣେ ରହିଛନ୍ତି । ଓଡିଶାର ୨ ଜଣ ଲୋକ ସାମିଲ ରହିଛନ୍ତି । ସବୁଠାରୁ ଅଧିକ ଲୋକ ଆନ୍ଧ୍ରପ୍ରଦେଶର ରହିଛନ୍ତି । ଏଠିକାର ୨୩ ଜଣଙ୍କର ଜୀବନ ଚାଲିଯାଇଛି । ନିଆଁରେ ପୋଡିଯାଇଥିବା ଯୋଗୁଁ ଚିହ୍ନିବା କଷ୍ଟକର ହେଉଛି । ତେଣୁ ସରକାର ଏମାନଙ୍କ ଡିଏନଏ ଟେଷ୍ଟ କରାଯିବ ।

ଏହି ୬ ମହଲା ବିଲ୍ଡିଂର ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ଏଠାରେ ପାଖାପାଖି ୧୬୦ ଲୋକ ରହୁଥିଲେ ଏବଂ ମୃତକ ସମସ୍ତେ ଗୋଟିଏ ହିଁ କମ୍ପାନୀରେ କାମ କରୁଥିଲେ । ମୃତ ଭାରତୀୟ ଲୋକ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ।  ମୃତକଙ୍କ ମଧ୍ୟରୁ ଅଧିକାଂଶ କୁଏତର ଏନବିଟିସି କମ୍ପାନୀରେ କାମ କରୁଥିଲେ । କମ୍ପାନୀ ତରଫରୁ ଦିଆଯାଇଥିବା ବିଲଡିଂରେ ଶ୍ରମିକମାନେ ରହୁଥିଲେ । ସେହିଠାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ସର୍ଟ ସର୍କିଟ୍ ଯୋଗୁଁ ବିଲଡିଂରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଲୋକ ଛାତ ଉପର ଦେଇ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ କବାଟ ବନ୍ଦ ଥିବା ଯୋଗୁଁ ନିଆଁରେ ଫସିଯାଇଥିଲେ । ମୃତକଙ୍କ ମଧ୍ୟରେ କେବଳ ଶ୍ରମିକ ନୁହନ୍ତି ଆକାଉଣ୍ଟାଣ୍ଟ, ଇଂଜିନିୟର, ବୟସ୍କ ଏବଂ ଯୁବକ ରହିଛନ୍ତି । କୁଏତର ଉପ ପ୍ରଧାନମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି ।

Leave A Reply

Your email address will not be published.