ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା ହେବା ପୂର୍ବରୁ ତାଙ୍କୁ ଲାଗିଛି ଏକ ବଡ଼ ଆଘାତ । ଗତକାଲି  ତାଙ୍କ ପାଇଁ ଥିଲା ଉଭୟ ଖୁସି ଆଉ ଦୁଃଖର ଦିନ । ଯାହା ସୂଚନା ମିଳିଛି କି, ତାଙ୍କ ପିଏଙ୍କର ଅଚାନକ ମୃତ୍ୟୁ ହୋଇଛି ।

ମୋହନ ମାଝୀଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଥିବା ଚନ୍ଦନ ମହାପାତ୍ରଙ୍କର ଗତକାଲି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଭୁବନେଶ୍ଵର ଶିରିପୁର ଛକ ନିକଟରେ ଘଟିଥିଲା ଦୁର୍ଘଟଣା । ସୂଚନା ଅନୁସାରେ ଗତକାଲି ଦିନ ୧୧ଟା ସମୟରେ ବାଇକ୍ ଯୋଗେ ଚନ୍ଦନ ଡେଲଟା ଛକରୁ ଗୋପବନ୍ଧୁ ଛକ ଆଡ଼େ ଯାଉଥିବା ବେଳେ ପଛପଟୁ ଏକ କାର୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଚନ୍ଦନ ଗୁରୁତର ଆହତ ହୋଇଥିଲେ ।

f

ପୋଲିସ୍ ଚନ୍ଦନଙ୍କ ସମେତ ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ତେବେ ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୋହନ ମାଝୀ ଚନ୍ଦନଙ୍କ ଅନ୍ତିମ ଦର୍ଶନ ପାଇଁ ହସପିଟାଲକୁ ଯିବା ସହ ଶୋକସନ୍ତପ୍ତ ପରିବାବର୍ଗଙ୍କୁ ସମବେଦନା ଜଣାଥିଲେ । ଚନ୍ଦନଙ୍କ ବୟସ ୩୧ ବର୍ଷ । ତାଙ୍କର ଗୋଟିଏ ଛୋଟ ପୁଅ ଅଛି । ଗତକାଲି ମୃତ୍ୟୁ ପରେ ପରିବାର ଲୋକେ ଚନ୍ଦନଙ୍କ ଚକ୍ଷୁ ଦାନ କରିଛନ୍ତି । ତେବେ ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ରହୁଥିବା ଚନ୍ଦନଙ୍କ ଏଭଳି ଅକାଳ ମୃତ୍ୟୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.