ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ । ଗତକାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିଲେ । ଏହାପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଜମ୍ମୁ କଶ୍ମୀର ଆଡିସନାଲ ଡିଜିପି ଆନନ୍ଦ ଜୈନଙ୍କ ସୂଚନା ମୁତାବକ, ଜିଲ୍ଲାର ଚତରଗଲା ଅଞ୍ଚଳରେ ୪ ରାଷ୍ଟ୍ରୀୟ ରାଇଫଲ ଓ ଗୋଟିଏ ପୋଲିସ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି । ଏହାର ଜବାବରେ ସୁରକ୍ଷାକର୍ମୀମାନେ ପୁଲଟା ଗୁଳିମାଡ଼ କରିଥିଲେ । ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

ଡୋଡାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୬ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ଗତ ୩ ଦିନ ମଧ୍ୟରେ ରିଆସି ଓ କଠୁଆ ପରେ ଜମ୍ମୁ ଅଞ୍ଚଳରେ ଏହା ହେଉଛି ତୃତୀୟ ଆତଙ୍କବାଦୀ ଆକ୍ରମଣ।

ଜମ୍ମୁ ଡିଭିଜନର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଦୁଇଟି ଏନକାଉଣ୍ଟର ହୋଇଛି । ଜମ୍ମୁର ସାମ୍ବା ଜିଲ୍ଲାର ହୀରାନଗରର ପ୍ରଶ୍ନ ଅଞ୍ଚଳରେ ମଙ୍ଗଳବାର ରାତିରେ ଏନକାଉଣ୍ଟର ହୋଇଥିଲା । ଯେଉଁଠାରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ଅନ୍ୟ ଜଣକୁ ଖୋଜା ଚାଲିଛି । ଗୁଳିମାଡ଼ରେ ଜଣେ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଗତକାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ୨ ଜଣ ଆହତ ହୋଇଥିଲେ । ଏହାର କିଛି ଘଣ୍ଟା ପରେ ହିଁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି ।

ରବିବାର ଦିନବୈଷ୍ଣୋ ଦେବୀ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ । ଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରେ ଭାରତୀୟ ଯବାନଙ୍କ ସମେତ, ସିଆରପିଏଫର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ଏଠାରେ ନଜର ରଖିଛନ୍ତି । ଏହି ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଛି ।

Leave A Reply

Your email address will not be published.