ୟୁଟ୍ୟୁବରେ ଆସିବ ଗୁଗଲ ଲେନ୍ସ ବଟନ୍‌, ଭିଡିଓ ସର୍ଚ୍ଚ କରିବା ହେବ ଆହୁରି ସହଜ

ଗୁଗଲର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଲୋକ ଏଣ୍ଟରଟେନମେଣ୍ଟ, ଶିକ୍ଷା, ଖବର ବିଷୟରେ ଜାଣିବା ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି । ୟୁଜରମାନଙ୍କ ସୁବିଧା ପାଇଁ ଗୁଗଲ ବର୍ତ୍ତମାନ ୟୁଟ୍ୟୁବକୁ ଅପଗ୍ରେଡ୍ କରୁଛି ଯେଉଁଥିରେ ଏହି ପ୍ଲାଟଫର୍ମରେ ଅନେକ ନୂଆ ଫିଚର ଆଡ୍‌ କରାଯିବ । ଗୁଗଲ୍ ୟୁଟ୍ୟୁବ୍ ପାଇଁ ଅନେକ ନୂଆ ଫିଚର ଉପରେ କାମ କରୁଛି ଯାହା ୟୁଜରଙ୍କ ସମୟ ବଞ୍ଚାଇବ ।

ଗୁଗଲ ୟୁଟ୍ୟୁବ ପାଇଁ AI ଲାଇଭ ଚାଟ୍, ଚ୍ୟାନେଲ ପାଇଁ QR କୋଡ୍ ଏବଂ ଗୁଗଲ୍ ଲେନ୍ସ ସର୍ଚ୍ଚ ଭଳି ଫିଚର ଉପରେ କାମ କରୁଛି । ୟୁଟ୍ୟୁବ୍ ଶୀଘ୍ର ଏହି ଫିଚରକୁ ରିଲିଜ୍‌ କରିବ । କିନ୍ତୁ କମ୍ପାନୀ ଏହି ଫିଚରକୁ କେବଳ ୟୁଟ୍ୟୁବ୍ ଏକ୍ସପେରିମେଣ୍ଟ ପ୍ରୋଗ୍ରାମରେ ଥିବା ଗ୍ରୁପ୍‌ ପାଇଁ ରିଲିଜ୍‌ କରିବ । ବର୍ତ୍ତମାନ ସାଧାରଣ ୟୁଜରଙ୍କ ପାଇଁ ଏହି ଫିଚର ରିଲିଜ୍‌ ହେବ ନାହିଁ ।

ୟୁଟ୍ୟୁବର ଅଫିସିଆଲ୍ ପେଜରେ ମିଳିଥିବା ସୂଚନା ଅନୁଯାୟୀ, ୟୁଟ୍ୟୁବ୍ ର AI ଲାଇଭ୍ ଚାଟ୍ ସମାରୀ କେବଳ ଇଂରାଜୀରେ ଲାଇଭ୍ ଷ୍ଟ୍ରିମିଂ କରୁଥିବା ଚ୍ୟାନେଲ ଏବଂ ସୁପର ଆକ୍ଟିଭ୍ ଲାଇଭ୍ ଚାଟ୍ କନଭରସେସନ୍‌ କରୁଥିବା ଚ୍ୟାନେଲରେ କାମ କରିବ ।

ୟୁଟ୍ୟୁବ୍ ଏହାର ୟୁଜରଙ୍କ ପାଇଁ ସର୍ଚ୍ଚ ବାର୍ ରେ ଗୁଗଲ୍ ଲେନ୍ସ ଯୋଡିବାକୁ ଯାଉଛି । ଖୁବ୍ ଶୀଘ୍ର କିଛି ଆଣ୍ଡ୍ରଏଡ୍ ୟୁଜର ସର୍ଚ୍ଚ ବାର୍ ରେ ଗୁଗଲ୍ ଲେନ୍ସ ବଟନ୍ ପାଇବେ । ଗୁଗଲର ଏହି ଲେନ୍ସ ବଟନ୍ ୟୁଜରମାନଙ୍କୁ କଣ୍ଟେଣ୍ଟ ଖୋଜିବାରେ ସାହାଯ୍ୟ କରିବ ।

ୟୁଟ୍ୟୁବ୍ QR କୋଡ୍ ଫିଚର ଉପରେ କାମ କରୁଛି । ଏହି ଫିଚର ୟୁଜରମାନଙ୍କୁ ବହୁତ ସୁବିଧା ଦେବ । QR କୋଡ୍ ଦ୍ୱାରା ୟୁଟ୍ୟୁବ୍ ୟୁଜରମାନେ ଅନ୍ୟମାନଙ୍କ ସହିତ ସେମାନଙ୍କ ଚ୍ୟାନେଲକୁ ସହଜରେ ସେୟାର କରିପାରିବେ । QR କୋଡ୍ ଦ୍ୱାରା ଏହି କାମ ସହଜ ହେବ । ଆପଣ ତୁରନ୍ତ ଯେକୌଣସି QR କୋଡ୍ ସ୍କାନ୍ କରି ଅନ୍ୟମାନଙ୍କ ଚ୍ୟାନେଲକୁ ଆକ୍ସେସ୍‌ କରିପାରିବେ ।

Leave A Reply

Your email address will not be published.