ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବା କହିଛନ୍ତି  ଧର୍ମେନ୍ଦ୍ର ।

ତାଙ୍କର ବିଜୟ ପାଇଁ ସମ୍ବଲପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମ୍ବଲପୁର ସହରକୁ ଦେଶରଏକ ଅଗ୍ରଣୀ ସହର କରିବା ପାଇଁ ଏ ଅଞ୍ଚଳର ଜନତା ତାଙ୍କୁ ଦାୟିତ୍ୱ ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି । ସେହିପରି ମୋହନ ମାଝୀଙ୍କ ଟିମ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଉଭୟ ଅନୁଭବୀ ଓ ଯୁବକଙ୍କୁ ଦାୟିତ୍ୱ ମିଳିଥିବା କହିଛନ୍ତି ।

Leave A Reply

Your email address will not be published.