ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ DGP ଦାୟିତ୍ଵରେ ଅଛନ୍ତି । ଅରୁଣ ଷଡଙ୍ଗୀ ଫୁଲ ଟାଇମ୍ DGP ହେବେ କି ? ନା ନୂଆ ସରକାରରେ ହେବେ ନୂଆ DGP । ୧୯୯୦ବ୍ୟାଚ IPS ଅଫିସର ଅରୁଣ ଷଡଙ୍ଗୀ ଗତ ଡିସେମ୍ବର ୩୧ରେ ଡିଜିପି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସାଧାରଣ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିଛନ୍ତି । ନିର୍ବାଚନ ପ୍ରାୟ ହିଂସା ମୁକ୍ତ, ଅବାଧ, ନିରପେକ୍ଷ କରିବାରେ ତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।

ସେହିପରି ୧୯୯୦ ବ୍ୟାଚ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ହୋଇପାରନ୍ତି ପରବର୍ତ୍ତୀ DGP । ୧୯୯୦ ବ୍ୟାଚ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ । ଏବେ ଅଗ୍ନିଶମ DG ଭାବେ ଅବସ୍ଥାପିତ। ୨୦୧୯ ସେ ପୋଲିସ କମିଶନର ଭାବେ ଦାୟିତ୍ଵ ତୁଲାଇଛନ୍ତି । ୩୪ବର୍ଷ ରୁ ଅଧିକ ସମୟ ସେ ବିଭିନ୍ନ ପଦ ପଦବୀ ରେ ସଫଳତାର ସହ ଦୟୀତ୍ଵ ତୁଲାଇଛନ୍ତି । ଏବେ ଅଭିଜ୍ଞତା ଦୃଷ୍ଟି ରୁ ୧୯୮୮ ବ୍ୟାଚ IPS ଅରୁଣ କୁମାର ରାୟ ଆଗରେ ଅଛନ୍ତି । ସେ ଏବେ ପ୍ରିଣ୍ଟିଂ ପ୍ରେସର ମୁଖ୍ୟ ରହିଛନ୍ତି । ସେହିପରି ୧୯୮୯ ବ୍ୟାଚ IPS ଅମୃତ ମୋହନ ପ୍ରସାଦ ଏବେ ଜେଲ DG ଭାବେ ଅବସ୍ଥାପିତ। ମିଳିଥିବା ତଥ୍ୟ ଅନୁଯାୟୀ ନୂଆ ସରକାର ଜଣେ ଓଡ଼ିଆ DGP ଙ୍କୁ ଦାୟିତ୍ୱ ଭାର ଦେଇପାରନ୍ତି ।

 

Leave A Reply

Your email address will not be published.