ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ ପୋଡା ଅସ୍ତିଆ ଅଞ୍ଚଳର ସୁପ୍ରଭା ମହାପାତ୍ରଙ୍କ ଘରେ ଘଟିଛି ଘଟଣା । ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିଯୁକ୍ତ । ୨ ଟି ଗାଡ଼ି ଦୀର୍ଘ ଏକ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ଘରର ସବୁ ଆସବା ପତ୍ର ପୋଡି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘର ଲୋକେ । ଅପରାହ୍ନରେ ଘଟିଛି ଏଭଳି ଅଘଟଣ ।