ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା

ବିଜେଡି ସୁପ୍ରିମୋଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବରିଷ୍ଠ ନେତା । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର ପ୍ରମୁଖ ବରିଷ୍ଠ ନେତା । ସୌଜନ୍ୟମୂଳକ ସାକ୍ଷାତ ବେଳେ ଲୋକଙ୍କ ପାଇଁ କାମ ଜାରି କରିବାକୁ ନବୀନ ପରାମର୍ଶ ଦେଇଥିବା କହିଛନ୍ତି ବିଜେଡି ନେତା । କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା ହୋଇନଥିଲା ।

ତେବେ ଦଳୀୟ ସଂଗଠନ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ବିଜେଡି ସକାରାତ୍ମକ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଆଜି ନବୀନଙ୍କୁ ଭେଟିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ରଘୁନାଥ ମହାନ୍ତି ପ୍ରମୁଖ ରହିଥିଲେ ।

Leave A Reply

Your email address will not be published.