ଭିଜିଲାନ୍ସ ଜାଲରେ କାଣି ଗୁମା ପଞ୍ଚାୟତ ନିର୍ବାହୀ ଅଧିକାରୀ

ଆଜି ଗାଁ ସାଥୀଙ୍କ ଠାରୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କାଣି ଗୁମା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାଏକ  । ଆଜି ଗାଁ ସାଥୀଙ୍କ ଠାରୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଭବାନିପାଟଣା ସ୍ଥିତ ଜଳେଶ୍ଵର ମନ୍ଦିରପଡା ନିଜ ବାସ ଭବନରେ ଧରିଲା କଳାହାଣ୍ଡି ଭିଜିଲାନ୍ସ ବିଭାଗ  । ଭିଜିଲାନ୍ସ ଅଫିସରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ । ଏବେ ତାଙ୍କ ବାସଗୃହରେ  ଭିଜିଲାନ୍ସ ବିଭାଗ ପକ୍ଷରୁ ୮ ଜଣିଆ ଟିମ ମିଳିତ ଭାବରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.