ବିପଦପୂର୍ଣ୍ଣ ହୋଇପାରେ କାଠ ସ୍ୱିଚ୍‌ ବୋର୍ଡ, କିଣିବା ପୂର୍ବରୁ ଧ୍ୟାନ ରଖନ୍ତୁ ଏହି ଜିନିଷ

ଆଜି ବି ଏହି ସ୍ୱିଚ୍ ବୋର୍ଡଗୁଡିକ ଅନେକ ଘରେ ଦେଖିବାକୁ ମିଳୁଛି । କିନ୍ତୁ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେଁ । ଯଦି ଆପଣ ମଧ୍ୟ ଏହି ସ୍ୱିଚ୍‌ ବୋର୍ଡ କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାକୁ ବ୍ୟବହାର ନ କରିବାର କାରଣ ଜଣାଇବୁ ।

କିଛି ବର୍ଷ ପୂର୍ବରୁ ଲୋକମାନେ ଘରେ କାଠ ସୁଇଚ୍ ବୋର୍ଡ ବ୍ୟବହାର କରୁଥିଲେ, ଏଗୁଡିକ ବଜାରରେ ସହଜରେ ଉପଲବ୍ଧ ଥିଲା ଏବଂ ଏହାର ବେସ୍‌ କାଠରେ ତିଆରି ହୋଇଥିଲା । ଆଜି ବି ଏହି ସ୍ୱିଚ୍ ବୋର୍ଡଗୁଡିକ ଅନେକ ଘରେ ଦେଖିବାକୁ ମିଳୁଛି । କିନ୍ତୁ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେଁ । ଯଦି ଆପଣ ମଧ୍ୟ ଏହି ସ୍ୱିଚ୍‌ ବୋର୍ଡ କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାକୁ ବ୍ୟବହାର ନ କରିବାର କାରଣ ଜଣାଇବୁ ।

କାଠ ଏକ ଜାଳେଣୀ ଏବଂ ପୁରୁଣା କାଠ ସୁଇଚ୍ ବୋର୍ଡଗୁଡ଼ିକରେ ପ୍ରାୟତଃ ଢିଲା ତାର, ଖରାପ ଇନସୁଲେସନ୍ ଏବଂ ସ୍ପାର୍କ ସୃଷ୍ଟି କରୁଥିବା କନେକ୍ସନ ରହିଥାଏ । ଏଥିପାଇଁ ନିଆଁ ଲାଗିବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ । ଯଦି ସ୍ୱିଚ୍ ବୋର୍ଡ ଅଧିକ ଓଜନ ସମ୍ଭାଳେ କିମ୍ବା ଆର୍ଦ୍ରତାର ସମ୍ମୁଖୀନ ହୁଏ ତେବେ ଏଥିରୁ କରେଣ୍ଟ ମାରିବାର ସମ୍ଭାବନା ଥାଏ ।

ପୁରୁଣା କାଠ ସ୍ୱିଚ୍ ବୋର୍ଡରେ ସମୟ ଅନୁସାରେ ତାର ଢିଲା ହୋଇଯାଏ ଏବଂ କନେକ୍ସନକୁ ନଷ୍ଟ କରିପାରେ । ଯଦି ଏହି ତାରଗୁଡ଼ିକ ଅଲଗା ହୋଇଯାଏ ତେବେ କରେଣ୍ଟ ଲାଗିବାର ସମ୍ଭାବନା ବୃଦ୍ଧି ପାଏ । ସେହିପରି କାଠ ସ୍ୱିଚ୍‌ ବୋର୍ଡ ଗୁଡ଼ିକ ଆଧୁନିକ ଘରଗୁଡ଼ିକରେ ସାଜସଜ୍ଜା ସହିତ ମେଳ ଖାଏ ନାହିଁ ।

ଯଦି ଆପଣଙ୍କ ଘରେ କାଠ ସ୍ୱିଚ୍ ବୋର୍ଡ ଅଛି ଯଥାଶୀଘ୍ର ଏହାକୁ ବଦଳାନ୍ତୁ । ଆପଣଙ୍କ ଘରେ ଥିବା ସମସ୍ତ ଇଲେକ୍ଟ୍ରିକ୍‌ ଡିଭାଇସ୍‌ ଗୁଡିକ ନିୟମିତ ଭାବେ ଯାଞ୍ଚ କରନ୍ତୁ, ସେଗୁଡିକ ଠିକ୍‌ ଭାବେ କାମ କରୁଛି କି ନାହିଁ ଚେକ୍‌ କରନ୍ତୁ । ଯଦି ଆପଣ ଇଲେକ୍ଟ୍ରିକ୍‌ କାମ ଜାଣି ନାହାନ୍ତି ତେବେ ସ୍ୱିଚ୍‌ ବୋର୍ଡ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରିକ୍‌ ଡିଭାଇସ୍‌ ମରାମତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । କାଠ ସ୍ୱିଚ୍ ବୋର୍ଡ ବିପଜ୍ଜନକ ହୋଇପାରେ, ତେଣୁ ସେଗୁଡିକୁ ବଦଳାଇବା ଜରୁରୀ । ଏହା ଦ୍ୱାରା ଆପଣଙ୍କ ଘର ସୁରକ୍ଷିତ ରହିବ ।

Leave A Reply

Your email address will not be published.