ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ !
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ କାଳେଶ୍ଵର ମନ୍ଦିର ନିକଟରେ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଛି l

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ କାଳେଶ୍ଵର ମନ୍ଦିର ନିକଟରେ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଛି l ଆକ୍ରମଣରେ ବଣ୍ଟି ବାରିକ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l
ବଣ୍ଟି କାଳେଶ୍ଵର ମନ୍ଦିର ନିକଟରେ ଛିଡା ହୋଇଥିବା ସମୟରେ ଦୁଇରୁ ଉର୍ଦ୍ଧ୍ଵ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି l ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଘଟିଥିବା ଅନୁମାନ କରାଯାଉଛି l ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l