ଦମ୍ପତିଙ୍କ ଆତ୍ମହତ୍ୟା, ବିଦ୍ୟୁତ ଆଘାତରେ ଜୀବନ ହାରିଥିବା ସନ୍ଦେହ

ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ଦମ୍ପତିଙ୍କ ମୃତ ଦେହ ମିଳିଛି  । 

ସୋର : ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ଦମ୍ପତିଙ୍କ ମୃତ ଦେହ ମିଳିଛି  ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮ ) ଗତ ରାତିରେ ଜୀବନ ହାରିଥିବା ଜଣାପଡ଼ିବା ପରେ ଗ୍ରାମରେ ଶୋକାକୁଳଳ ପରିବେଶ ସୃଷ୍ଟି ହୋଇଛି।

ମନୋଜ ଓ ସସ୍ମିତା ଆଜି ବାଙ୍ଗାଲୋରରୁ ଘରକୁ ଫେରି ଖାଇସାରି ଘରେ ଶୋଇଥିଲେ । ଅପରାହ୍ଣରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକରେ ଗୋଡାଇ ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ ଚାର୍ଜ ଥୁବା ଜାଣିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଜୀବନ ହାରିଥିବା ସନ୍ଦେହ। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.