ଦଶମ ପରୀକ୍ଷାରେ A1 ଗ୍ରେଡ ରଖି କମାଲ୍ କଲେ ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା

ପରିବାରର ଖୁସି କହିଲେ ନସରେ । କାହିଁକିନା ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି ।

ଅନୁଗୋଳ(କେନ୍ୟୁଜ୍): ପରିବାରର ଖୁସି କହିଲେ ନସରେ । କାହିଁକିନା ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ପ୍ରତ୍ୟେକ ବାପା ମା’ ଚାହାଁନ୍ତି ଯେ ତାଙ୍କ ପିଲା ଦୁନିଆର ଯେକୌଣସି ପରୀକ୍ଷା ଦେଉ ନା କାହିଁକି ସେଥିରେ ଭଲ ନମ୍ବର ରଖି ପାସ୍‌ କରୁ । ଏଥିପାଇଁ ବାପା ମା’ ସବୁ ପ୍ରକାରର ପଦକ୍ଷେପ ନିଅନ୍ତି, ଯାହା ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ । ତେବେ ଏମିତି ଦୁଇ ଉଭଣୀ ଯିଏ ବାପା ମା’ଙ୍କ କଷ୍ଟର ଉଚିତ୍ ଫଳ ଦେଇଛନ୍ତି । ଯାହାକି ନେଇ ବାପା ମା’ ପରିବାର ବର୍ଗ ସଭିଙ୍କର ଛାତି କୁଣ୍ଢେମୋଟ ।

ଅନୁଗୋଳ ଜିଲ୍ଲା ସାନକନ୍ତକୂଳ ଗାଁର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା ପ୍ରଧାନ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ A1 ଗ୍ରେଡ ରଖି କୃତିତ୍ୱର ସହ ହୋଇଛନ୍ତି ଉତ୍ତୀର୍ଣ୍ଣ । ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିଲେ ଦୁଇ ଭଉଣୀ ସୁଚରିତା ଓ ସୁଚିସ୍ମିତା । ସେମାନଙ୍କ କୃତିତ୍ୱକୁ ନେଇ କେବଳ ପରିବାରବର୍ଗ ନୁହଁନ୍ତି ବିଦ୍ୟାଳୟର ଗୁରୁଜୀ-ଗୁରୁମା ମାନେ ବେଶ ଗର୍ବିତ ।

ଦୁଇ ଝିଅଙ୍କ ସଫଳତାରେ ତାଙ୍କ ପରିବାର ସହ ପୁରା ଗାଁରେ ଖୁସିର ମାହୋଲ ଖେଳିଯାଇଛି । ସଫଳତା ପରେ ସବୁଠି ଉଭୟଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ । ପରିବାରର ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସଫଳତା ମିଳିଥିବା ନେଇ କହିଛନ୍ତି ଏହି ଯାଆଁଳା ଭଉଣୀ । ଏହାସହ ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା ମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ଉଭୟ ।

ଅନୁଗୋଳ ଜିଲ୍ଲା ସାନକନ୍ତକୂଳ ଗାଁର ଅଭିମନ୍ୟୁ ପ୍ରଧାନ ଓ ଗୀତାଞ୍ଜଳି ପ୍ରଧାନଙ୍କ ଯମଜ ଝିଅ ସୁଚରିତା ଓ ସୁଚିସ୍ମିତା । ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଅଭିମନ୍ୟୁ ଓ ଗୀତାଞ୍ଜଳୀଙ୍କ ପରିବାର । ଦୁଇ ଯାଆଁଳା ଝିଅଙ୍କ ସଫଳତାକୁ ନେଇ ବାପା ମା ବେଶ ଗର୍ବିତ । ଝିଅଙ୍କୁ ଆଗକୁ ବଢିବା ପାଇଁ ସବୁ ସମୟରେ ପ୍ରୋତ୍ସାହିତ କରିଆସିଛନ୍ତି ।

ଝିଅଙ୍କ ସ୍ୱପ୍ନ ସାକାର ପାଇଁ ଉଭୟ ବଦ୍ଧ ପରିକର । ଦୁଇ ଝିଅଙ୍କ ଏହି କୃତିତ୍ଵ ଯୋଗୁଁ ପରିବାରରେ ସମସ୍ତେ ଖୁସି । ତେବେ ଉଭୟଙ୍କ କୃତିତ୍ୱକୁ ନେଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିଜର ଖୁସି ଜାହିର କରିଥିବାବେଳେ ଉଭୟଙ୍କ ସଫଳତା ପାଇଁ ବିଦ୍ୟାଳୟ ଗର୍ବିତ ବୋଲି କହିଛନ୍ତି ଏହା ସହ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

ଦୃଢ ଇଛାଶକ୍ତି, କଠିନ ପରିଶ୍ରମ ବଳରେ ସଫଳତା ମିଳିଥାଏ । ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି । ସେହିପରି ଏହି ଦୁଇ ଯାଆଁଳା ଭଉଣୀ ପରୀକ୍ଷାର୍ଥୀ ଯିଏ ସଫଳତାର ପାହାଚ ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି । ଉଭୟଙ୍କ ସଫଳତାର କାହାଣୀ ଏମିତି ଆଗକୁ ଜାରି ରହୁ ଏହାହିଁ ସମସ୍ତଙ୍କ କାମନା ।

 

Leave A Reply

Your email address will not be published.