ମାଲ୍ୟାର୍ପଣ ପରେ ସାଧାରଣ ଜନତାଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ବଡ଼ ପ୍ରତିଶ୍ରୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହେବ । ଆଜି ଅପରାହ୍ନ ୪ଟା ୪୫ ମିନିଟରେ ଭୁବନେଶ୍ୱରର ଜନତା ମଇଦାନରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହା ପୂର୍ବରୁ ମୋହନ ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତିପରିଡା ଏବଂ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ।

ମାଲ୍ୟାର୍ପଣ ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କଲେ ମୋହନ ମାଝୀ । ଏପରିକି ଜନଗହଳି ଭିତେ ମଧ୍ୟ ନିଜେ ଯାଇ ଲୋକଙ୍କର ଅଭିଯୋଗ ଶୁଣିଥିଲେ । ସେଠାରେ ଉପସ୍ଥିତ ଥିବା ବିଜୟ ଶଙ୍କର ଦାସ ନାମକ ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ସହ କଥା ହୋଇ ଶପଥ ନେବା ପୂର୍ବରୁ ଅଭିଯୋଗ ଶୁଣିଲେ ଏବଂ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ନୂଆ ସରକାରରେ ଲୋକ ଅଧା ପେଟ ନ ରହିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଅନ୍ୟପଟେ ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ଶପଥ ପାଠ ପରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରିବୁ ଏବଂ ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ ଆରମ୍ଭ କରିବୁ । ଏହା ମଧ୍ୟ କହିଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ସେମାନଙ୍କ ଅଞ୍ଚଳରେ ବିକାଶ କିପରି ପହଞ୍ଚତ୍ବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ୨୪ ବର୍ଷରେ ଓଡ଼ିଶାରେ ହୋଇପାରି ନ ଥିବା କାର୍ଯ୍ୟ ୫ ବର୍ଷରେ କିପରି ହେବ, ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମୋହନ କହିଛନ୍ତି।

 

 

Leave A Reply

Your email address will not be published.