ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ହେଲେ ପବନ କଲ୍ୟାଣ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ବହୁ ନେତା ଯୋଗ ଦେଇଛନ୍ତି । ଅମିତ ଶାହା ଏବଂ ଜେପି ନଡ୍ଡା ଏହି ସମାରୋହରେ ଯୋଗ ଦେବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ହାଇଦ୍ରାବାଦରେ ପହ୍ଚିଥିଲେ । ଚନ୍ଦ୍ରବାବୁ ନାଇଡୁ ବିଜୟୱାଡ଼ା ଉପକଣ୍ଠ କେସରାପଲ୍ଲୀର ଗନ୍ନାଭରମ୍ ବିମାନବନ୍ଦର ସମ୍ମୁଖ ମେଧା ଆଇଟି ପାର୍କ ନିକଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ରଜନୀକାନ୍ତ ପ୍ରମୁଖ ସାଉଥ କଳାକାର ଉପସ୍ଥିତ ରହିଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ବିଧାୟକମାନେ ନାଇଡୁଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲେ । ରାଜ୍ୟପାଳ ଏସ୍ ଅବଦୁଲ ନଜିର ମଙ୍ଗଳବାର ନାଇଡୁଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ପରେ ନାଇଡୁ ରାଜଭବନରେ ନାଜିରଙ୍କୁ ଭେଟିଥିଲେ।

ନାଇଡୁଙ୍କ ସହ ଜନସେନା ମୁଖ୍ୟ ପୱନ କଲ୍ୟାଣ ଏବଂ ଏହାର ବରିଷ୍ଠ ନେତା ଏନ୍ ମନୋହର, ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଟିଡିପିର ଆନ୍ଧ୍ରପ୍ରଦେଶ ନେତା ଅଚେନ୍ ନାଇଡୁ ଶପଥ ନେଇଛନ୍ତି । ଆନ୍ଧ୍ରପ୍ରଦେଶ ବିଧାନସଭାରେ ୧୭୫ ଟି ଆସନ ରହିଛି ।

ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା :

ଚନ୍ଦ୍ରବାବୁ ନାଇଡୁ
ପୱନ କଲ୍ୟାଣ (ଜେଏସପି)
କିଂଜରାପୁ ଅଚ୍ଚେନ୍ଦେଦୁ
କୋଲ୍ଲୁ ରବୀନ୍ଦ୍ର
ନଡେନ୍ଦଲା ମନୋହର (ଜେଏସ୍ପି)
ପି ନାରାୟଣ
ବଙ୍ଗଲାପୁଡ଼ି ଅନିତା
ସତ୍ୟକୁମାର ଯାଦବ (ବିଜେପି)
ନିମ୍ମଲା ରମାନାଇଡ଼ୁ
ଏନଏମଡି ଫାରୁକ୍
ଅନାମ ରାମନାରାୟଣ ରେଡ୍ଡୀ
ପାୟାବୁଲା କେଶବ
ଅଗ୍ନି ସତ୍ୟପ୍ରସାଦ
କୋଲୁସୁ ପାର୍ଥସାରଧୀ
ଡୋଳ ବଲବୀରଞ୍ଜେୟସ୍ବାମୀ
ଗୋଟିପତି ରବି
କାଣ୍ଡୁଲା ଦୁର୍ଗେଶ (ଜେଏସପି)
ଗୁମ୍ମାଡ଼ି ସନ୍ଧ୍ୟାରାଣୀ
ବିସି ଜନାର୍ଦ୍ଦନ ରେଡ୍ଡୀ
ଟିଜି ଭରତ
ଏସ୍ ସବିତା
ବାସମଶେଟ୍ଟୀ ସୁଭାସ
କୋଣ୍ଡାପଲ୍ଲୀ ଶ୍ରୀନିବାସ
ରାମ ପ୍ରସାଦ ରେଡ୍ଡୀ
ନାରା ଲୋକେଶ

୨୮ ବର୍ଷ ବୟସରେ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଥମେ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପରେ ୩୦ ବର୍ଷ ବୟସରେ ସେ ଆନ୍ଧ୍ରପ୍ରଦେଶରେ ମନ୍ତ୍ରୀ ଏବଂ ୪୫ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚନ୍ଦ୍ରବାବୁ ନାଇଡୁ ତାଙ୍କର ରାଜନୈତିକ କ୍ୟାରିୟର ପ୍ରଥମେ କଂଗ୍ରେସ ସହ ମଶି କାମ ଆରମ୍ଭ କରିଥିଲେ । ସେ ୧୯୭୮ ମସିହାରେ ଜୀବନର ପ୍ରଥମ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟ ଲାଭ କରିଥିଲେ ।

Leave A Reply

Your email address will not be published.