ରାଜସ୍ଥାନ: ଭୀଷଣ ଗରମ, ବର୍ଡରରେ ବିଏସଏଫ ଯବାନ ସହିଦ

ଭାରତ-ପାକିସ୍ତାନ ସ୍ଥିତ ଜୈସଲମେର ବର୍ଡରରେ ବିଏସଏଫ ଯବାନ ସନଷ୍ଟ୍ରୋକରେ ସହିଦ । ସହିଦ ହୋଇଥିବା ଅଜୟ କୁମାର ୨୬ ମଇରେ ସୀମା ଚୌକି ଭାନୁରେ ନିୟୋଜିତ ଥିଲେ । ପ୍ରବଳ ଗରମ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ବତ୍ତର୍ମାନ ଜୈସଲମେରରେ ତାପମାତ୍ରା ୫୫ ଡିଗ୍ରୀ ରହିଛି ।

ଭାରତ-ପାକିସ୍ତାନ ସ୍ଥିତ ଜୈସଲମେର ବର୍ଡରରେ ବିଏସଏଫ ଯବାନ ସନଷ୍ଟ୍ରୋକରେ ସହିଦ ହୋଇଛନ୍ତି । ସନଷ୍ଟ୍ରୋକରେ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ନାମ ଅଜୟ କୁମାର । ବତ୍ତର୍ମାନ ଜୈସଲମେରରେ ତାପମାତ୍ରା ୫୫ ଡିଗ୍ରୀ ରହିଛି । ଭୀଷଣ ଗରମ ଯୋଗୁଁ ବିଏସଏଫ ଯବାନ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ତେବେ ସହିଦ ହୋଇଥିବା ଅଜୟ କୁମାର ୨୬ ମଇରେ ସୀମା ଚୌକି ଭାନୁରେ ନିୟୋଜିତ ଥିଲେ । ପ୍ରବଳ ଗରମ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାମଗଢ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଆଜି ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହସପିଟାଲ ପରିସରରେ ସହିଦ ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ରାମଗଢରୁ ଯୋଧପୁର ସଡକମାର୍ଗରେ ନିଆଯିବ । ସେଠାରୁ ପଶ୍ଚିମବଙ୍ଗର ଜଲପାଇଗୁଡି ପର୍ଯ୍ୟନ୍ତ ବିମାନରେ ଅଣାଯିବ ବୋଲି ଖବର ମିଳିଛି ।

ସୂଚନାଯୋଗ୍ୟ, ରାଜସ୍ଥାନରେ ଭୟଙ୍କର ରୂପ ଧାରଣ କରିଛି ହିଟୱେଭ । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୁ’ର ପ୍ରଭାବରେ ନିଆଁ ବୃଷ୍ଟି ହେଉଛି । ରାଜ୍ୟରେ ତାପମାତ୍ରା ଏବେ ୫୫ ଡିଗ୍ରୀ ଅତିକ୍ରମ କରିସାରିଲାଣି । ତେବେ ଭାରତ-ପାକିସ୍ତାନ ଜୈସଲମେର ବର୍ଡରରେ ୫୫ ଡିଗ୍ରୀର ତାପମାତ୍ରାକୁ ଖାତର ନ କରି ଦେଶର ସୁରକ୍ଷା ପାଇଁ ମରୁଭୂମି ବାଲିରେ ପ୍ରହରା ଦେଉଛନ୍ତି ଭାରତୀୟ ଯବାନ। ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଘରୁ ବାହାରକୁ ବାହାରିବା ବନ୍ଦ କରି ଦେଇଥିବା ବେଳେ ୫୫ ଡିଗ୍ରୀ ତାପମାତ୍ରା ଭାରତୀୟ ଯବାନଙ୍କ ସମର୍ପଣକୁ ଭାରତବାସୀ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.