ଲଖମୀପୁର ଖେରି: ବସ୍‌ ଏବଂ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା, ୪ ମୃତ, ୬ ଗୁରୁତର

ଲଖମୀପୁର ଖେରିର ବହରାଇଚ ରୋଡ ରବାହି ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲଖମୀପୁର ଖେରିରୁ ଯାଉଥିବା ଏକ ବସ୍‌କୁ ଓଭରଟେକ କରିବାକୁ ଯାଇଁ ଟାଟା ମ୍ୟାଜିକଟି ରୋଡେଓ୍ଵଜ ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍‌ ଏବଂ ଟାଟା ମ୍ୟାଜିକ ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶ ଲଖମୀପୁର ଖେରିରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଏବଂ ଟାଟା ମ୍ୟାଜିକ ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଲଖମୀପୁର ଖେରିର ବହରାଇଚ ରୋଡ ରବାହି ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲଖମୀପୁର ଖେରିରୁ ଯାଉଥିବା ଏକ ବସ୍‌କୁ ଓଭରଟେକ କରିବାକୁ ଯାଇଁ ଟାଟା ମ୍ୟାଜିକଟି ରୋଡେଓ୍ଵଜ ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ଗାଡି ଖୁଣ୍ଟରେ ଧକ୍କା ହୋଇଥିଲା । ଆଉ ଟାଟା ମ୍ୟାଜିକରେ ଥିବା ଏଣେତେଣେ ଝିଟକି ପଡିଥିଲେ ।

ଦୁର୍ଘଟଣାର ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ବିଷୟରେ ସୂଚନା ପାଇଁ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ଆମ୍ପୁଲାନ୍ସ ସହାୟତାରେ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.