ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ତାଙ୍କ ବିରୋଧରେ ଲାଗିଛି ୧୬ଟି ଦଫା

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି ।

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି । ପ୍ରିଜାଇଡିଂ ଅଧିକାରୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାବେଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇନାହିଁ ।

ନିର୍ବାଚନ ପ୍ରକ୍ରିୟା ସରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ ହେବ, ଅନ୍ୟ କେହି ସମ୍ପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ପ୍ରିଜାଇଡିଂ ଅଧିକାରୀ ଜ୍ଞାନ ରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ପ୍ରଶାନ୍ତ ଜଗଦେବ ବୋଲଗଡ଼ର କାଉଁରୀପାଟଣା ବୁଥ ଭିତରେ ନିଜ ସମର୍ଥକଙ୍କ ସହ ପଶିଥିଲେ ।

ପୋଲିଂ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଲୋକସଭାରେ ଭୋଟ ଦେବାପରେ ବିଧାନସଭା ମେସିନ ଥିବା ଟେବୁଲକୁ ଗୋଇଠା ମାରି ଭାଙ୍ଗିଦେଇଥିଲେ । ଇଭିଏମ ଓ ଭିଭିପାଟ ମେସିନ ତଳେ ପଡ଼ିଯିବା ପରେ ଅଚଳ ହୋଇପଡିଥିବା ଦର୍ଶାଯାଇଛି । ଏପରିକି ଇଏଭିଏମ ଭାଙ୍ଗିବା ପରେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାକାରୀ ଦର୍ଶାଇଛନ୍ତି । ଏତଲାକାରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବିରୋଧରେ ୧୬ଟି ଦଫା ଲାଗିଛି ।

Leave A Reply

Your email address will not be published.