ବ୍ରେକ୍‌ଫାଷ୍ଟରେ ଏହି ୫ଟି ଫ୍ରୁଟ୍‌ ସାଲାଡ ଖାଆନ୍ତୁ, ପୂରା ଦିନ ରହିବେ ହାଇଡ୍ରେଟ୍

ଦିନକୁ ଦିନ ତାପମାତ୍ରା ବଢିଚାଲିଛି । ଏହା ସହ ସକାଳରୁ ଖରା ନିଆଁ ଭଳି ଅନୁଭବ ହେଉଛି । ତେବେ ଏହି ଖରାରେ ଘରୁ ବାହାରିବା ମାତ୍ରେ ସ୍କିନ୍‌ ଜଳିଲା ଭଳି ଲାଗୁଛି । ଏତେ ଗରମ ହେଉଛି ଯାହା ସହିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ସବୁଠାରୁ ଜରୁରୀ ହୋଇଥାଏ । ଏହି ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ ।

ଆଜିକାଲି ପ୍ରବଳ ଖରାରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ତାପମାତ୍ରା ବଢିଚାଲିଛି । ଏହା ସହ ସକାଳରୁ ଖରା ନିଆଁ ଭଳି ଅନୁଭବ ହେଉଛି । ତେବେ ଏହି ଖରାରେ ଘରୁ ବାହାରିବା ମାତ୍ରେ ସ୍କିନ୍‌ ଜଳିଲା ଭଳି ଲାଗୁଛି । ଏତେ ଗରମ ହେଉଛି ଯାହା ସହିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ସବୁଠାରୁ ଜରୁରୀ ହୋଇଥାଏ । ଏହି ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ । ଏହା ସହ ଶରୀର ଅତି ଶୀଘ୍ର ଜଳ ହ୍ରାସ କରିବା ଆରମ୍ଭ କରେ । ଏପରି ପରିସ୍ଥିତିରେ, ନିଜକୁ ହାଇଡ୍ରେଟ୍ ରଖିବା ପାଇଁ, ନିଜ ଖାଦ୍ୟରେ ଯଥାସମ୍ଭବ ଫଳ ଅନ୍ତର୍ଭୁକ୍ତ କରନ୍ତୁ । ଫଳ ଶରୀରକୁ ପ୍ରାକୃତିକ ଜଳ ଯୋଗାଇଥାଏ ଯାହା ଗରମରୁ ମୁକ୍ତି ଦେଇଥାଏ ଏବଂ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ ବ୍ରେକ୍‌ଫାଷ୍ଟରେ ଆପଣ ଫ୍ରୁଟ୍‌ ସାଲାଡ ଖାଇପାରିବେ । ଏହା ଆପଣଙ୍କୁ ହେଲଦି ରଖିବ ଏବଂ ଓଜନ ମଧ୍ୟ କମ୍‌ କରିବାରେ ସାହାର୍ଯ୍ୟ କରିବ ।

ଗ୍ରୀଷ୍ମରେ ବ୍ରେକ୍‌ଫାଷ୍ଟରେ ଫ୍ରୁଟ୍‌ ସାଲାଡ ଖାଆନ୍ତୁ :
ତରଭୁଜ ସାଲାଡ : ଗ୍ରୀଷ୍ମରେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏଥିପାଇଁ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ତରଭୁଜରେ ପ୍ରଚୁର ପରିମାଣର ଜଳ ଥାଏ । ଏହାର ପ୍ରାୟ ୯୦ ପ୍ରତିଶତ ଜଳରେ ଭରପୂର ହୋଇଥାଏ । ତରଭୁଜ ଖାଇବା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ । ତରଭୁଜରୁ ଫଳ ସାଲାଡ ପ୍ରସ୍ତୁତ କରିବାକୁ, ଏଥିରେ କଦଳୀ ବାଦାମ, ମିଣ୍ଟ ଏବଂ ଲେମ୍ବୁ ରସ ମିଶାଇ ପାରିବେ । ଯାହାଫଳରେ ଏହା ସ୍ୱାଦ ବଢିଯାଏ ଏବଂ ଆପଣ ହେଲଦି ରହିବେ ।

ମିକ୍ସ ଫ୍ରୁଟ୍‌ ସାଲାଡ : ଯଦି ଆପଣ ଚାହାଁନ୍ତି ଆପଣ ଗ୍ରୀଷ୍ମରେ ସାଲାଡ ଆକାରରେ ମିକ୍ସ ଫ୍ରୁଟ୍‌ ସାଲାଡ ଖାଇପାରିବେ । ଏହା ତିଆରି କରିବା ମଧ୍ୟ ବହୁତ ସହଜ ହୋଇଥାଏ । ମିକ୍ସ ଫ୍ରୁଟ୍‌ ସାଲାଡ ପ୍ରସ୍ତୁତ କରିବାକୁ ଆପଣ ତରଭୁଜ, ଆପଲ୍, କିୱି, ସପୁରି ନେଇ ପାରିବେ । ଏହି ସବୁ ଜିନିଷ କାଟି ସକାଳ କିମ୍ବା ସନ୍ଧ୍ୟାରେ ଯେକୌଣସି ସମୟରେ ଖାଇପାରିବେ । ସ୍ୱାଦ ବଢାଇବା ପାଇଁ ବାଦାମ କିମ୍ବା କିଛି ମଞ୍ଜି ମିଶାଇ ପାରିବେ ।

କିୱି ଓ ଡାଳିମ୍ବ ସାଲାଡ : କିୱି ଏକ ହେଲଦି ଫ୍ରୁଟ୍‌, ଆପଣ ଏହାକୁ ଡାଳିମ୍ବରେ ମିଶାଇ ସାଲାଡ ଭାବରେ ଖାଇପାରିବେ । ଗ୍ରୀଷ୍ମରେ କିୱି ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିପାଇଁ କିୱିକୁ କାଟି କିଛି ଡାଳିମ୍ବ ମଞ୍ଜି ସହିତ ମିଶାଇ ଖାଇପାରିବେ । ଏଥିରେ ପନିର, ପୋଦିନା ପତ୍ର, କମଳା ଏବଂ ଲେମ୍ବୁ ରସ ମିଶାଇ ମଧ୍ୟ ଏହାକୁ ଖାଇପାରିବେ ।

ଆମ୍ବ ସାଲାଡ : ଗ୍ରୀଷ୍ମ ହେଉଛି ଆମ୍ବର ଋତୁ । ଆମ୍ବ ଯେତିକି ଲାଭଦାୟକ ସେତିକି ସ୍ୱାଦିଷ୍ଟ । ଆପଣ ସକାଳେ ଆମ୍ବକୁ ସାଲାଡ ଭାବେ ଖାଇପାରିବେ । ଏଥିପାଇଁ ଆମ୍ବ ଏବଂ ମୋଜାରେଲା ବ୍ୟବହାର କରାଯାଇପାରିବ । ଆପଣ ଉଭୟକୁ ମିଶାଇ କିଛି ନାଲି ଲଙ୍କା, ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇପାରିବେ ।

ବ୍ଲୁବେରୀ ସାଲାଡ୍ : ଆଜିକାଲି ବଜାରରେ ବ୍ଲୁବେରୀ ମଧ୍ୟ ଉପଲବ୍ଧ ହେଉଛି । ବ୍ଲୁବେରୀ ଆମ ସ୍କିନ୍‌ ଏବଂ ପୂରା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ବ୍ଲୁବେରୀ କିମ୍ବା ବ୍ଲାକ୍‌ବେରୀ ମିଶାଇ ଆପଣ ସାଲାଡ ପ୍ରସ୍ତୁତ କରିପାରିବେ । ଏହି ବେରୀଗୁଡିକ ଜାମୁକୋଳି ଆକାରରେ ମଧ୍ୟ ଉପଲବ୍ଧ ହୋଇଥାଏ । ଏଥିରେ ଲୁଣ ଏବଂ ଲେମ୍ବୁ ରସ ମିଶାଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ସେଥିପାଇଁ ଆପଣ ଖରା ଦିନରେ ଏହି ସବୁ ଫ୍ରୁଟ୍‌କୁ ସାଲାଡ ଭାବେ ଖାଇପାରିବେ ।

Leave A Reply

Your email address will not be published.