ଆଇପିଏଲ ୨୦୨୪ ପୁରସ୍କାର ରାଶି : ଚାମ୍ପିଅନ ଟିମ୍‌ ଛଡା ହାରିବା ଟିମକୁ ମିଳିବ କୋଟି କୋଟି ଟଙ୍କା, ଜାଣନ୍ତୁ କାହାକୁ ମିଳିବ କେତେ ?

କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲ ୨୦୨୪ ଫାଇନାଲ ମ୍ୟାଚ ଖେଳାଯିବ । ବିଜେତା ଟିମକୁ ୨୦ କୋଟି ଟଙ୍କା ମିଳିବ ସେହିପରି ରନର୍ସ ଅପକୁ ୧୩ କୋଟି ଟଙ୍କା ମିଳିବ । ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଟିମ୍‌ ଯଥାକ୍ରମେ ୭ କୋଟି ଏବଂ ୬.୫ କୋଟି ଟଙ୍କା ମିଳିବ ।

ଆଇପିଏଲ୍ ୨୦୨୪ର ଫାଇନାଲ ମ୍ୟାଚ ଆଜି କେକେଆର ଏବଂ ହାଇଦ୍ରାବାଦ ଟିମ ମଧ୍ୟରେ ଖେଳା ଯାଉଛି । ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ଖେଳରେ ଜୋରଦାରଟକ୍କର ହେବା ଯେଉଁ ଟିମ୍ ଜିତିବ, ପୁରସ୍କାର ରାଶି ଭାବେ ମୋଟା ଅଙ୍କର ଟଙ୍କା ମିଳିବ । ଏହାଛଡା ହାରିଥିବା ଟିମ୍ ମଧ୍ୟ ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ମାଲେମାଲ ହେବ । କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ହାଇଦ୍ରାବାଦ ଥରେ ଆଇପିଏଲ ଟାଇଟଲ ଜିତିଥିବା ବେଳେ କେକେଆର ଦୁଇଥର ଆଇପିଏଲ ଟାଇଟଲ ଜିତିଛନ୍ତି ।

ବିସିସିଆଇ ଆଇପିଏଲ ୧୭ତମ ସିଜିନ ପାଇଁ ପୁରସ୍କାର ରାଶି ୪୬.୫ କୋଟି ଟଙ୍କା ରଖିଛି । ବିଜେତା ଟିମକୁ ୨୦ କୋଟି ଟଙ୍କା ମିଳିବ ସେହିପରି ରନର୍ସ ଅପକୁ ୧୩ କୋଟି ଟଙ୍କା ମିଳିବ । ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଟିମ୍‌ ଯଥାକ୍ରମେ ୭ କୋଟି ଏବଂ ୬.୫ କୋଟି ଟଙ୍କା ମିଳିବ ।

୧୪ଟି ମ୍ୟାଚରେ ୭୪୧ ରନ୍‌ କରିଥିବା ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ୍‌ ମିଳିବ । ତାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳି ପାରେ । ସେହିପରି ପଞ୍ଜାବ କିଙ୍ଗସ ଟିମର ହର୍ଷଲ ପଟେଲ ୨୪ ଓ୍ଵିକେଟ ନେଇ ପର୍ପଲ କ୍ୟାପ୍‌ ହାସଲ କରିଛନ୍ତି । ତାଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ମିଳିବ । ଚଳିତ ବର୍ଷର ଇର୍ମଜିଂ ପ୍ଲେୟାରଙ୍କୁ ୨୦ ଲକ୍ଷ ଟଙ୍କା ମିଳିବ । ସେହିପରି ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାରକୁ ମିଳିବ ୧୨ ଲକ୍ଷ ଟଙ୍କା ।

ଆଇପିଏଲର ଗତ ୮ଟି ମୁକାବିଲାରେ ୨ଟି ମ୍ୟାଚକୁ ଛାଡି ଦେଲେ ଗୋଟିଏ ମ୍ୟାଚ୍ ହାରି ନାହିଁ କୋଲକାତା । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଦଳ ଭିତରେ ୨ ଥର ଲଢେଇ ହୋଇଛି । ଉଭୟ ଥିରେ ବାଜି ମାରିଛି କେକେଆର୍ । ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୪ଥର ଫାଇନାଲକୁ ପ୍ରବେଶ କରିଛି ଦଳ । ଯାହା ଭିତରୁ ୨ଥର ବିଜେତା ଓ ଅନ୍ୟ ୨ଥର ଉପବିଜେତା ରହିଛି । ୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଟାଇଟଲ୍ ଜିତିଥିଲା କୋଲକାତା ନାଇଟ୍ ରାଇଡର୍ସ । ସେହିଭଳି ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ କେବଳ ଥରେ ମାତ୍ର ଟାଇଟଲ୍ କବଜା କରିଥିଲା ।

Leave A Reply

Your email address will not be published.