ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, କଲରାବାଙ୍କ ହାଇସ୍କୁଲର ଶତପ୍ରତିଶତ ସଫଳତା

ମାଟ୍ରିକ୍ ପରୀକ୍ଷାରେ କଟକ ଜିଲ୍ଲାର କଲରାବାଙ୍କ ହାଇସ୍କୁଲ ତାର ଶତପ୍ରତିଶତ ସଫଳତା ବଜାୟ ରଖିଛି । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା -୨୦୨୪ରେ ମଧ୍ୟ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଶତପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି ।

ମାଟ୍ରିକ୍ ପରୀକ୍ଷାରେ କଟକ ଜିଲ୍ଲାର କଲରାବାଙ୍କ ହାଇସ୍କୁଲ ତାର ଶତପ୍ରତିଶତ ସଫଳତା ବଜାୟ ରଖିଛି । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା -୨୦୨୪ରେ ମଧ୍ୟ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଶତପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । ସ୍ମାର୍ଟ ଗ୍ରାମ କଲରାବାଙ୍କରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି ଏହି ସ୍କୁଲ ।

କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ତଥା ବିଦ୍ୟାଳୟର ସଭାପତି ଡ. ଇତିରାଣୀ ସାମନ୍ତଙ୍କ ଦ୍ୱାରା ପରିଚାଳିତ କଲରାବାଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତି ବର୍ଷ ମାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ରେଜଲଟ କରି ଆସୁଛନ୍ତି । ଲଗାତାର ୨୪ ବର୍ଷ ଧରି ବିଦ୍ୟାଳୟ ତାର ସଫଳତାର ଜୟଯାତ୍ରା ଜାରି ରଖିଛି ।

ଏଥର ପରୀକ୍ଷାରେ ଛାତ୍ର ପ୍ରଭୁଦତ୍ତ ମିଶ୍ର ସର୍ବାଧିକ ୯୨ ପ୍ରତିଶତ ନମ୍ବର ରଖିଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ବିଦ୍ୟାଳୟର ସଭାପତି ତଥା ପରିଚାଳିକା ଡ. ଇତିରାଣୀ ସାମନ୍ତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.