ନବୀନଙ୍କ ନୂଆ ତୀର, ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ବିଜେଡି ସୁପ୍ରିମୋଙ୍କ ଟାର୍ଗେଟ

କେନ୍ଦ୍ରାପଡ଼ା ବାରୋ ଜନସଭାରେ ପୂର୍ବତନ ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ।  ନବୀନ କହିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷ କେନ୍ଦ୍ରାପଡ଼ା ଦାୟିତ୍ବ ଦେଇଥିଲି । ସେ କେନ୍ଦ୍ରାପଡ଼ା ପାଇଁ କିଛି ନ କରି ନିଜ ପାଇଁ ସବୁ କଲେ ।

କେନ୍ଦ୍ରାପଡ଼ା ଦେଖିଲା ନବୀନଙ୍କ ନୂଆ ତୀର । ନିର୍ବାଚନୀ ସଭାରେ ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ବିଜେଡି ସୁପ୍ରିମୋଙ୍କ ଟାର୍ଗେଟ । କେନ୍ଦ୍ରାପଡ଼ା ବାରୋ ଜନସଭାରେ ପୂର୍ବତନ ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ।  ନବୀନ କହିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷ କେନ୍ଦ୍ରାପଡ଼ା ଦାୟିତ୍ବ ଦେଇଥିଲି । ସେ କେନ୍ଦ୍ରାପଡ଼ା ପାଇଁ କିଛି ନ କରି ନିଜ ପାଇଁ ସବୁ କଲେ ।

ନିଜ ପାଇଁ ଓ ନିଜ କମ୍ପାନୀର ଲାଭ ପାଇଁ କାମ କଲେ । ଦଳ ଓ କେନ୍ଦ୍ରାପଡ଼ା ସହ ବିଶ୍ବାସଘାତକତା କଲେ । ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ୟାମ୍ପେନ କରି ବିଜୁ ଜନତା ଦଳ ପ୍ରାର୍ଥୀ ଓ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଏପଟେ ପୂର୍ବତନ ସାଂସଦଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜେଡିର ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।

କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୨ ଥର କେନ୍ଦ୍ରାପଡ଼ା ଦାୟିତ୍ବ ଦେଇଥିଲେ  ।  ତେବେ ସେ କେନ୍ଦ୍ରାପଡ଼ାକୁ ପୁଞ୍ଜି ଆଣିବାକୁ, ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ଚାହିଁଲେନି  । କେବଳ ନିଜ ସ୍ବାର୍ଥ ପାଇଁ କାମ କଲେ, ନିଜର ପୁଞ୍ଜି ବଢ଼ାଇଲେ । ୧୦ ବର୍ଷ ସାଂସଦ ଭାବେ ଥିବା ବେଳେ ନିଜ କମ୍ପାନୀକୁ ବଢ଼ାଇଛନ୍ତି । ସେବେ ଠାରୁ ତାଙ୍କ ଉପରୁ ମୁଖ୍ୟମନ୍ତ୍ରୀ ମୁହଁ ଫେରାଇ ନେଲେ । ତାଙ୍କର ବିଶ୍ବାସଘାତ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ଆଘାତ ପାଇଛନ୍ତି । ଏପରିକି ୧୦ ବର୍ଷ ହେଲା ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୁଜବ କରୁଥିବା ପାଣ୍ଡିଆନ କହିଛନ୍ତି ।

ତାଙ୍କ ଟିଭି ଚ୍ୟାନେଲ ମଧ୍ୟ ସ୍ବାସ୍ଥ୍ୟ ସମ୍ପର୍କରେ ଅପପ୍ରଚାର କରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ଲାଗି ଉଦ୍ୟମ ଚଳାଇଛନ୍ତି। କେନ୍ଦ୍ରାପଡ଼ାର ବିକାଶ ହେଉ ବୋଲି ମୁଖ୍ୟମନ୍ତ୍ରୀ ସବୁ ବେଳେ ଚାହିଁଛନ୍ତି। ବିଶ୍ବର ସବୁଠାରୁ ବଡ଼ ଷ୍ଟିଲ ନିପ୍ପନ ଷ୍ଟିଲ କେନ୍ଦ୍ରାପଡ଼ାରେ ନିବେଶ କରିବ। ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି, ଆପଣଙ୍କ ପାଖକୁ ଆସିଛନ୍ତି। ସ୍ବାର୍ଥପର ଲୋକଙ୍କ ମିଛ, ଗୁଜବ କିଛି ପ୍ରଭାବ ପକାଇବ ନାହିଁ। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରି ଦେଖାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ବିକାଶକୁ ଆଗକୁ ନିଅନ୍ତୁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

 

You might also like