ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ ରେଳଧାରଣାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଜଲପାଙ୍କେଲ ଗାଁର ମକାରୁ ରଣା ଓ ହୀରା ରଣା ବୋଲି ଜଣାପଡିଛି । ତୁରକେଲା ରେଳ ଷ୍ଟେସନର ରେଳ ଖୁଣ୍ଟି ନିକଟରେ ଉଭୟଙ୍କ କ୍ଷତବୀକ୍ଷତ ମୃତଦେହ ରେଳ ଲାଇନ ଟ୍ରାକ ଭିତରେ ପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି କଣ୍ଟାବାଞ୍ଜି ଜିଆରପି ପୋଲିସ । ଘଟଣାକୁ ନେଇ ଜିଆରପି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l

ସେହିପରି କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି । କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ଅଘଟଣ ହୋଇଛି । ମୃତକ ବିଏସଏଫ କନେଷ୍ଟବଳ ଦେବରାଜ ପ୍ରଧାନ । ପାରିବାରିକ କୋହଳ ଯୋଗୁଁ ଦେବରାଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।

 

 

Leave A Reply

Your email address will not be published.