ହ୍ଵାଟ୍ସଆପ୍‌ ଷ୍ଟାଟସରେ କେମିତି ଅପଲୋଡ୍‌ କରିବେ HD ଫଟୋ, ଜାଣନ୍ତୁ ଷ୍ଟେପ୍‌

ହ୍ଵାଟ୍ସଆପ୍ ୟୁଜରମାନଙ୍କୁ ୯୦ ସେକେଣ୍ଡରୁ ୩ ମିନିଟ୍ ପର୍ଯ୍ୟନ୍ତ ଲମ୍ବା ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେଇଥାଏ । ଏହି ଫାଇଲର ସାଇଜ୍‌ ୧୬ MB ପର୍ଯ୍ୟନ୍ତ ରହିଛି । କିନ୍ତୁ ଆପଣ ଏବେ ହାଇ କ୍ୱାଲିଟିର ଭିଡିଓ ଓ ଫଟୋକୁ ଅପଲୋଡ୍ କରିପାରିବେ ।

ହ୍ଵାଟସ୍ ଆପ୍ ଏକ ମାଇକ୍ରୋ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭାବରେ କାମ କରେ ଯାହା ୟୁଜରମାନଙ୍କୁ ଷ୍ଟାଟସ୍ ଅପଡେଟ୍ ଠାରୁ ଆରମ୍ଭ କରି ଫଟୋ ଏବଂ ଭିଡିଓ ସେୟାର କରିବାରେ ସାହାଯ୍ୟ କରେ । କିନ୍ତୁ ବେଳେବେଳେ ଆପରେ ଭଲ ଫଟୋ ସେୟାର କରିବା ମୁସ୍କିଲ ହୋଇପଡ଼େ । ଏହି ସମସ୍ୟାକୁ ଦୂର କରିବା ପାଇଁ ଏବଂ ହାଇ କ୍ୱାଲିଟିର କଣ୍ଟେଣ୍ଟ ଅପଲୋଡ୍ କରିବାର ପାଇଁ ଏକ ଉପାୟ ଆସିଛି । ଏବେ ହ୍ଵାଟ୍ସଆପରେ ଆସିଛି ବଢ଼ିଆ ଫିଚର । ଏହି ଫିଚର ସାହାଯ୍ୟରେ ଆପଣ ନିଜ ଫଟୋ ଏବଂ ଭିଡିଓକୁ HD କ୍ୱାଲିଟିରେ ସେୟାର କରିବେ ।

ହ୍ଵାଟ୍ସଆପ୍ ୟୁଜରମାନଙ୍କୁ ୯୦ ସେକେଣ୍ଡରୁ ୩ ମିନିଟ୍ ପର୍ଯ୍ୟନ୍ତ ଲମ୍ବା ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେଇଥାଏ । ଏହି ଫାଇଲର ସାଇଜ୍‌ ୧୬ MB ପର୍ଯ୍ୟନ୍ତ ରହିଛି । କିନ୍ତୁ ଆପଣ ଏବେ ହାଇ କ୍ୱାଲିଟିର ଭିଡିଓ ଓ ଫଟୋକୁ ଅପଲୋଡ୍ କରିପାରିବେ । କିନ୍ତୁ ଏହି ଭିଡିଓ ଓ ଫଟୋକୁ ହାଇ କ୍ୱାଲିଟି ମୋଡକୁ କିପରି ଆଣିବେ ଆସନ୍ତୁ ଜାଣିବା ।

ଷ୍ଟେପ ୧- ହ୍ଵାଟ୍ସଆପ ଚାଟ ଅନ୍‌ କରନ୍ତୁ ।
ଷ୍ଟେପ୍‌ ୨- କ୍ୟାମେରା ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ଏବଂ ଆପଣ ନିଜ ଷ୍ଟାଟସରେ ଅପଲୋଡ୍ କରିବାକୁ ଚାହୁଁଥିବା ଫଟୋ କିମ୍ବା ଭିଡିଓକୁ ବାଛନ୍ତୁ ।

ଷ୍ଟେପ୍‌ ୩- ଏହା ପରେ HD ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ଏବଂ ଫଟୋ କିମ୍ବା ଭିଡିଓ ପାଇଁ HD କ୍ୱାଲିଟି ସେଟିଂ ବାଛନ୍ତୁ ।

ଷ୍ଟେପ୍‌ ୪- HD (720p) ରିଜୋଲ୍ୟୁସନରେ ମିଡିଆ ଅପଲୋଡ୍ କରିବାକୁ ସେଣ୍ଡ ବଟନ୍ ଦବାନ୍ତୁ ।

ଷ୍ଟେପ୍ ୫ : ଯେତେବେଳେ HD ମିଡିଆ କ୍ରିଏଟ ହୋଇଯିବ ସେତେବେଳେ ଭିଡିଓ କିମ୍ବା ଫଟୋ ଉପରେ ଅଧିକ ସମୟ ପର୍ଯ୍ୟନ୍ତ କ୍ଲିକ୍‌ କରନ୍ତୁ ଏବଂ ସେୟାର ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

ଏହି ଷ୍ଟେପ୍‌ ଫଲୋ କରି ଆପଣଙ୍କର ଫଟୋ କିମ୍ବା ଭିଡିଓ ହାଇ କ୍ୱାଲିଟିରେ ଟ୍ରାନ୍ସଫର କରିପାରିବେ ।

Leave A Reply

Your email address will not be published.