ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ କିଏ ? ନବୀନ କହିଲେ, ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ବୈଜୟନ୍ତ କରୁଥିଲେ ପ୍ରଚାର

ଭୁବନେଶ୍ବର : ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଫିଟନେସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ୭୨ବର୍ଷ ବୟସରେ ନବୀନଙ୍କ ମର୍ଣ୍ଣିଂ ଓ୍ଵାକ୍‌, ଜଗିଂ ଓ ଯୋଗ କରିବା ଭିଡିଓ ଯୁବଗୋଷ୍ଠୀଙ୍କୁ ବେଶ ଉତ୍ସାହିତ କରିଛି । ଅନେକ ଏହାକୁ ପ୍ରେରଣା ଦାୟୀ ବୋଲି କହିଥିଲେ। ତେବେ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଗୁଜବ କଲା କିଏ ? ଏହାର ଖୋଳତାଡ଼ କରିବା ପରେ ଗୁଜବ ପଛର ରହସ୍ୟ ସାମନାକୁ ଆସିଛି।
ମୁଖ୍ୟମନ୍ତ୍ରୀଙ୍କ ଖରାପ ସ୍ୱାସ୍ଥ୍ୟ ଗୁଜବ ପଛରେ କିଏ? ଜାତୀୟ ଗଣମାଧ୍ୟମ NDTVକୁ ସାକ୍ଷାତକାରରେ ନବୀନ କହିଛନ୍ତି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଥିଲେ। ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବୈଜୟନ୍ତ ଏପରି କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ NDTV ସାମ୍ବାଦିକ ଶ୍ରୀନିବାସନ ଜୈନ। ନିଜେ ଶ୍ରୀନିବାସନ୍‌ ଏହି ଟ୍ଵିଟ୍‌ କରିଛନ୍ତି। ଏହା ସହ ନବୀନ ବ୍ୟାୟାମ କରୁଥିବା ବେଳର ଫଟୋକୁ ବି ନିଜ ଟ୍ଵିଟ୍‌ର ଆକାଉଣ୍ଟରେ ଅପଲୋଡ୍‌ କରିଛନ୍ତି। ଶ୍ରୀନିବାସନଙ୍କ ଟ୍ଵିଟ୍‌ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ସେପଟେ ଟ୍ଵିଟ୍‌ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ନବୀନଙ୍କ ଫିଟନେସ୍‌ ଭିଡିଓ। ଯେଉଁଥିରେ ସକାଳୁ ୱାକିଂ, ଜଗିଂ ଓ ବ୍ୟାୟାମ କରୁଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ। କେବଳ ସେତିକି ନୁହଁ, ଭିଡିଓରେ ରହିଥିଲା ନବୀନ ଜିମ୍‌ରେ ବିତାଉଥିବା ମୁହୂର୍ତ୍ତ। ଚିନ୍‌ ଅପ୍‌ ମାରିବା, ଡମ୍‌ ବଲସ, ୱେଟ୍‌ ବାର ଉଠାଇବା ଓ ସାଇକଲିଂ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓ ଶେଷରେ ନବୀନ କହୁଛନ୍ତି, ଗେଟିଂ ରେଡି ଟୁ ଫାଇଟ୍‌ ଫର ଦ ପିପୁଲ ଅଫ ଓଡ଼ିଶା।

Leave A Reply

Your email address will not be published.