ଆଜି ପାଟକୁରା ରେଜଲ୍ଟ, ଆରମ୍ଭ ହୋଇଛି ଭୋଟ ଗଣତି

ପାଟକୁରା (କେନ୍ୟୁଜ୍): ଆଜି ପାଟକୁରା ରେଜଲ୍ଟ । କିଏ ହାତେଇବା ଆସନ। ସ୍ପଷ୍ଟ ହେବ ଚିତ୍ର। ଆରମ୍ଭ ହୋଇଛି ଭୋଟ ଗଣତି । ଷ୍ଟ୍ରଙ୍ଗ୍‌ ରୁମରେ ସିଲ୍‌ ହୋଇ ରହିଥିବା ଇଭିଏମ ଖୋଲାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୧୮ଟି ଟେବୁଲ୍‌ରେ ହେଉଛି ଭୋଟ୍‌ ଗଣତି । ଭୋଟ ଗଣତି ସରିବା ପରେ ଫଳାଫଳ ଘୋଷଣା ହେବ । ଏଥର ପାଟକୁରା ବିଧାନସଭା ଆସନ ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଇଭିଏମକୁ କଡ଼ା ସୁରକ୍ଷା ମଧ୍ୟରେ କେନ୍ଦ୍ରାପଡ଼ା କଲେଜରେ ରଖାଯାଇଛି। ଭୋଟ ଗଣତି ଶେଷ ପର୍ଯ୍ୟନ୍ତ କଲେଜ ବ୍ୟାରିକେଡ ଏରିଆରେ ୧୪୪ଧାରା ଜାରି କରାଯାଇଛି। କଡ଼ା ସୁରକ୍ଷା, ସିସିଟିଭି ମଧ୍ୟରେ ଇଭିଏମକୁ ରଖାଯାଇଛି। ଜିଲ୍ଲାପାଳ ନିର୍ଦ୍ଦେଶରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଗଣତି ସମୟରେ ପାଟକୁରାରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.