କିନ୍ନରଙ୍କ ଦ୍ୱାରା ଅଭିନବ ପ୍ରୟାସ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ନେଇ ସୃଷ୍ଟି କଲେ ସଚେତନତା

ରାୟଗଡା(କେନ୍ୟୁଜ୍): କିନ୍ନରଙ୍କ ଦ୍ୱାରା ଅଭିନବ ସ୍ୱାସ୍ଥ୍ୟ ସଚେତନତା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁ କିଭଳି ସୁସ୍ଥ ରହିବେ ସେ ନେଇ ସଚେତନତା ସୃଷ୍ଟି କରାଯାଉଛି। ରାୟଗଡାର ଆଦିବାସୀ ଅଞ୍ଚଳରୁ ଏହାକୁ ଆରମ୍ଭ କରାଯାଇଛି। ୬୦ ଜଣ କିନ୍ନରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। କିସ୍‌, ସଖା ଓ ଏପିପିଆଇ ପ୍ରତିଷ୍ଠାନ ଏଥିରେ ସହାୟତାର ହାତ ବଢାଇଛନ୍ତି। ମହିଳା ଓ ଶିଶୁଙ୍କ କୁପୋଷଣ ପ୍ରସଙ୍ଗ, ଗର୍ଭବତୀ ମହିଳାଙ୍କୁ ଅନ୍ଧବିଶ୍ୱାସରୁ ଦୁରେଇ ସୁସ୍ଥ ରଖିବା, ସରକାରଙ୍କ ମମତା ଯୋଜନାର ସୁଫଳ ପାଇ ପାରିବେ ସେନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହାସହ ପଥପ୍ରାନ୍ତ ନାଟକ କରିବା ସହ ଘରକୁ ଘର ଯାଇ ଅଭିନବ କୌଶଳରେ କାଯ୍ୟର୍ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.