Below header

ହୋସ୍‌ ଉଡ଼ାଇବ Realmeର ଏହି ଦମଦାର ଫୋନ୍‌, ଶସ୍ତାରେ ମିଳିବ ଦମଦାର ଫିଚର

କମ୍ପାନୀ ୟୁଜର୍ସମାନଙ୍କ ପାଇଁ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଯୋଗାଉଥିବାରୁ ଏହା ସମସ୍ତଙ୍କର ପ୍ରିୟ ହୋଇ ପାରିଛି । Realme ୧୦,୦୦୦ ଟଙ୍କାରୁ ବି କମ୍ ଦାମରେ ଏହି ଶସ୍ତା 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି ।

Realme ନିଜର ଶସ୍ତା 5G ସ୍ମାର୍ଟଫୋନ୍ Realme C65 5Gକୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ୟୁଜର୍ସମାନଙ୍କ ପାଇଁ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଯୋଗାଉଥିବାରୁ ଏହା ସମସ୍ତଙ୍କର ପ୍ରିୟ ହୋଇ ପାରିଛି । Realme ୧୦,୦୦୦ ଟଙ୍କାରୁ ବି କମ୍ ଦାମରେ ଏହି ଶସ୍ତା 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି । Realmeର ଏହା ହେଉଛି ପ୍ରଥମ ସ୍ମାର୍ଟଫୋନ୍, ଯାହା ମିଡିଆଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସର ସହିତ ଆସିଥାଏ । ଫୋନରେ ୫୦ MP କ୍ୟାମେରା, ୫୦୦୦mAh ବ୍ୟାଟେରୀ ସହିତ ପାଓ୍ଵାରଫୁଲ୍‌ ଫିଚର ଅଛି । ତେବେ ଆସନ୍ତୁ ଜାଣିବା Realmeର ଏହି ଶସ୍ତା 5G ସ୍ମାର୍ଟଫୋନ୍ ବିଷୟରେ ।

୪ GB RAM + ୬୪GB, ୪ GB RAM + ୧୨୮ GB ଏବଂ ୬GB RAM + ୧୨୮ GB ଭଳି ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ Realme C65 5G ଲଞ୍ଚ କରାଯାଇଛି । ଏହାର ବେସ୍ ଭାରିଆଣ୍ଟର ଦାମ୍‌ ୧୦,୪୯୯ ଟଙ୍କା ଏବଂ ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ଦାମ୍‌ ୧୧,୪୯୯ ଏବଂ ୧୨,୪୯୯ ଟଙ୍କା ରହିଛି । ଏହି ଫୋନ୍ ଦୁଇଟି କଲର ଅପ୍ସନ ଫିଦର ଗ୍ରୀନ୍ ଏବଂ ଗ୍ଲୋଇଙ୍ଗ୍ ବ୍ଲାକରେ ଲଞ୍ଚ କରାଯାଇଛି । ଏହି ସ୍ମାର୍ଟଫୋନ୍ ଆଜି ଅର୍ଥାତ ୨୬ ଏପ୍ରିଲରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଏହା ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି ।

ଫୋନ୍ କିଣିବା ସମୟରେ ୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ସହିତ ୪ GB RAM ଏବଂ ୬ GB RAM ସହିତ ଭାରିଆଣ୍ଟରେ ୧୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଡିସକାଉଣ୍ଟ ପରେ ଆପଣ ଏହାର ବେସ୍ ଭାରିଆଣ୍ଟକୁ ୯,୯୯୯ ଟଙ୍କାରେ କିଣିପାରିବେ । ଏହାର ଅନ୍ୟ ଦୁଇଟି ଭାରିଆଣ୍ଟକୁ ୧୦,୪୯୯ ଏବଂ ୧୧,୪୯୯ ଟଙ୍କାରେ କିଣି ପାରିବେ ।

Realmeର ଏହି ଶସ୍ତା 5G ସ୍ମାର୍ଟଫୋନରେ ୬.୬୭ ଇଞ୍ଚର HD + ଡିସପ୍ଲେ ରହିଛି, ଯାହା ୧୨୦Hzର ହାଇ ରିଫ୍ରେସ୍‌ ରେଟ ଏବଂ ୨୪୦ Hz ଟଚ୍ ସାମ୍ପଲିଙ୍ଗ୍‌ ରେଟ୍‌ କୁ ସପୋର୍ଟ କରେ । ଏହି ଫୋନରେ ୬୨୫ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ରହିଛି । ଏହି ବଜେଟ୍ ଫ୍ରେଣ୍ଡଲି 5G ସ୍ମାର୍ଟଫୋନ୍ ମିଡିଆଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସରରେ କାମ କରେ । ଏହି ଫୋନରେ ୪ GB / ୬ GB LPDDR4X RAM ଏବଂ ୧୨୮ GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଏହାର ଇଣ୍ଟରନାଲ ମେମୋରୀକୁ ମାଇକ୍ରୋ SD କାର୍ଡ ଦ୍ୱାରା ୨ TB ପର୍ଯ୍ୟନ୍ତ ବଢ଼ାଇ ହେବ । ଏହି Realme ସ୍ମାର୍ଟଫୋନରେ ୫୦୦୦mAh ବ୍ୟାଟେରୀ ଏବଂ ୧୫Wର USB ଟାଇପ୍‌ C ଚାର୍ଜିଂ ଫିଚର ରହିଛି । ରିୟର ସାଇଡରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏବଂ ୫୦ MPର AI କ୍ୟାମେରା ଏବଂ ମାକ୍ରୋ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ MPର ଫ୍ରଣ୍ଟ କ୍ୟାମେରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.