Below header

ଜନ୍ମଦିନରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ବିଜୟ ଦେବରକୋଣ୍ଡା, ସେୟାର କଲେ ଫିଲ୍ମ SVC59ର ପ୍ରଥମ ଝଲକ

ବିଜୟ ଦେବରାକୋଣ୍ଡାଙ୍କ ୩୫ ତମ ଜନ୍ମଦିନ ଅବସରରେ ନିର୍ମାତାମାନେ ତାଙ୍କ ଆଗାମୀ ଫିଲ୍ମ 'SVC59' ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହା ଶ୍ରୀ ଭେଙ୍କଟେଶ୍ୱରା କ୍ରିଏସନର (SVC) ୫୯ତମ ପ୍ରୋଜେକ୍ଟ । ବିଜୟ ତାଙ୍କ X ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରିଛନ୍ତି ।

ସାଉଥ ଫିଲ୍ମର ଫେମସ୍ ଅଭିନେତା ବିଜୟ ଦେବରାକୋଣ୍ଡା ଆଜି ନିଜ ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ବିଜୟ ଦେବରାକୋଣ୍ଡା ନିଜ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି । ସେ ଖୁବ୍ ଶୀଘ୍ର ଏକ ନୂଆ ଫିଲ୍ମ ସହିତ ଆସିବାକୁ ଯାଉଛନ୍ତି ଏବଂ ଆଜି ସେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ବିଜୟ ଦେବରାକୋଣ୍ଡା ଏହାର ପୋଷ୍ଟର ରିଲିଜ କରି ଫିଲ୍ମର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି । କେବଳ ପୋଷ୍ଟରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଫିଲ୍ମଟି ଖୁବ ଖତରନାକ ହେବାକୁ ଯାଉଛି ।

ବିଜୟ ଦେବରାକୋଣ୍ଡାଙ୍କ ୩୫ ତମ ଜନ୍ମଦିନ ଅବସରରେ ନିର୍ମାତାମାନେ ତାଙ୍କ ଆଗାମୀ ଫିଲ୍ମ ‘SVC59’ ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହା ଶ୍ରୀ ଭେଙ୍କଟେଶ୍ୱରା କ୍ରିଏସନର (SVC) ୫୯ତମ ପ୍ରୋଜେକ୍ଟ । ବିଜୟ ତାଙ୍କ X ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ କେବଳ ଅଭିନେତାଙ୍କ ହାତ ଦେଖାଯାଉଛି ଏବଂ ସେ ତାଙ୍କ ହାତରେ ଖଣ୍ଡା ଧରିଛନ୍ତି । ପୋଷ୍ଟର ସହିତ ଥିବା କ୍ୟାପସନରେ ଅଭିନେତା ଲେଖିଛନ୍ତି, ‘ମୋ ହାତରେ ଥିବା ରକ୍ତ ତାର ମୃତ୍ୟୁର ନୁହେଁ … କିନ୍ତୁ ମୋର ପୁନର୍ବାର ଜନ୍ମର …’

ଫିଲ୍ମର ନାମ ବ୍ୟତୀତ ଏହି ପୋଷ୍ଟରରେ ଏକ ଦମଦାର କ୍ୟାପସନ ମଧ୍ୟ ଲେଖାଯାଇଛି । କେବଳ ପୋଷ୍ଟକୁ ଦେଖିଲେ ଏହା ସ୍ପଷ୍ଟ ଯେ ଫିଲ୍ମଟି ସସପେନ୍ସ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ ହେବ । କେବଳ ଏତିକି ନୁହେଁ ଫିଲ୍ମରେ ଅନେକ ଆକ୍ସନ୍ ସିନ୍ ମଧ୍ୟ ଦେଖିବାକୁ ମିଳିବ । ରବି କିରଣ କୋଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଦିଲ ରାଜୁଙ୍କ ଦ୍ୱାରା ନିର୍ମିତ ଏବଂ ଗ୍ରାମୀଣ ଜୀବନ ଉପରେ ଆଧାରିତ ଏକ ହାଇ-ଆକ୍ସନ ଡ୍ରାମା ।

ଫିଲ୍ମ ବିଷୟରେ ଅନ୍ୟାନ୍ୟ ବିବରଣୀ ଏବେ ବି ସିକ୍ରେଟ ରହିଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ ମଧ୍ୟ କନଫର୍ମ ହୋଇନାହିଁ । ନିର୍ମାତାମାନେ ଧୀରେ ଧୀରେ ଏହା ସହ ଜଡିତ ଅଧିକ ସୂଚନା ପ୍ରକାଶ କରିବେ । ଆପଣଙ୍କୁ କହିରଖୁଛୁ, ବିଜୟ ଦେବରାକୋଣ୍ଡାଙ୍କୁ ଶେଷରେ ମୃନାଲ ଠାକୁରଙ୍କ ସହ ‘ଫ୍ୟାମିଲି ଷ୍ଟାର’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଗତ ମାସରେ ରିଲିଜ ହୋଇଥିଲା ​​।ବିଜୟ ବର୍ତ୍ତମାନ ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ‘VD12’ ରେ ବ୍ୟସ୍ତ ଅଛନ୍ତି । ଏଥିରେ ଶ୍ରୀଲିଲା ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.