Below header

ରିଲିଜ ହେଲା ଆନ୍ଦ୍ରେ ରସେଲଙ୍କ ମ୍ୟୁଜିକ ଭିଡିଓ, ଅଭିକାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ କ୍ରିକେଟର

ରସେଲଙ୍କ ଗୀତର ଟାଇଟଲ ‘ଲଡକୀ ତୁ କମାଲ କି ’ ରହିଛି । ଗୀତରେ ଟିଭି ଜଗତର ଷ୍ଟାର ଅଭିନେତ୍ରୀ ଅଭିକା ଗୌରଙ୍କ ସହିତ ନଜର ଆସିଛନ୍ତି ରସେଲ । ଏହି ଗୀତରେ ନିଜେ ଆନ୍ଦ୍ରେ ରସେଲ ବଲିଉଡ ଗାୟିକା ପଲକ ମୁଚାଲଙ୍କ ସହିତ ଗୀତ ଗାଇଛନ୍ତି । ମ୍ୟୁଜିକ ଭିଡିଓକୁ ପଲକଙ୍କ ଭାଇ ପଶାଲ ମୁଚାଲ ନିର୍ଦ୍ଦେଶନା ଦେଇଛନ୍ତି ।

ଆନ୍ଦ୍ରେ ରସେଲ ଆଇପିଏଲ୍‌ ୨୦୨୪ରେ କୋଲକତା ନାଇଟ ରାଇଡର୍ସ ତରଫରୁ ବ୍ୟାଟିଂ ଓ ବୋଲିଂରେ କମାଲ୍‌ କରୁଛନ୍ତି । ଏବେ ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଇପିଏଲ ମଧ୍ୟରେ ଗାୟକ ଭାବେ ନଜର ଆସିଛନ୍ତି । ଆନ୍ଦ୍ରେ ରସେଲଙ୍କ ହିନ୍ଦୀ ଗୀତ ରିଲିଜ ହୋଇଛି । ଏଥିରେ ସେ ଟିଭି ଜଗତର ଷ୍ଟାର ଅଭିନେତ୍ରୀ ଅଭିକା ଗୌରଙ୍କ ସହିତ ନଜର ଆସିଛନ୍ତି ।

ରସେଲଙ୍କ ଗୀତର ଟାଇଟଲ ‘ଲଡକୀ ତୁ କମାଲ କି ’ ରହିଛି । ଗୀତ ଆଜି ରିଲିଜ ହୋଇଛି । ଏହି ଗୀତରେ ନିଜେ ଆନ୍ଦ୍ରେ ରସେଲ ବଲିଉଡ ଗାୟିକା ପଲକ ମୁଚାଲଙ୍କ ସହିତ ଗୀତ ଗାଇଛନ୍ତି । ମ୍ୟୁଜିକ ଭିଡିଓକୁ ପଲକଙ୍କ ଭାଇ ପଶାଲ ମୁଚାଲ ନିର୍ଦ୍ଦେଶନା ଦେଇଛନ୍ତି । ପଶାଲ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବୟଫ୍ରେଣ୍ଡ ।

 

View this post on Instagram

 

A post shared by Palaash Muchhal (@palash_muchhal)

ତେବେ ୱେଷ୍ଟଇଣ୍ଡିଜ କ୍ରିକେଟର ଗୀତ ଗାଇବା ଏବଂ ପାର୍ଟି କରିବା ପାଇଁ ଲୋକପ୍ରିୟ । ଆଗରୁ ଡେଓ୍ଵନ ବ୍ରାଭୋଙ୍କ ଅନେକ ଭିଡିଓ ଦେଖିବାକୁ ମିଳିଛନ୍ତି । ସେହିପରି କ୍ରିସ ଗେଲ୍‌ ମଧ୍ୟ ବଲିଉଡ ଗୀତକୁ ବେଶୀ ପସନ୍ଦ କରନ୍ତି । ତେଣୁ ରସେଲ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ତେବେ ରସେଲଙ୍କ ସହିତ ନଜର ଆସିଥିବା ଅଭିକାଙ୍କୁ ପୂର୍ବରୁ ଦର୍ଶକେ ବାଳିକା ବଧୁ ଫେମ୍‌ ଭାବେ ବେଶ୍‌ ଜାଣିଛନ୍ତି ।

ରସେଲ ଆଇପିଏଲ୍‌ ଚଳିତ ସିଜିନରେ ୧୧ଟି ମ୍ୟାଚରେ ୧୯୮ ରନ୍‌ କରିଥିବା ବେଳେ ୧୩ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.