ଖଲ୍ଲିକୋଟରେ ନିର୍ବାଚନୀ ହିଂସା: ଗଞ୍ଜାମରେ ମୁତୟନ ହେବେ ୨୦ ସଏପିଏଫ ଯବାନ

ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସଏପିଏଫ ଯବାନ। ଅନୁମୋଦନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଗଂଜାମରେ ନିର୍ବାଚନୀ ହିଂସା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମେ ୨୦ ତାରିଖରେ ଗଂଜାମ ଜିଲ୍ଲାରେ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଏହି ୨୦ କମ୍ପାନୀ ସିଏପିଏଫ ମୁତୟନ ହେବେ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସଏପିଏଫ ଯବାନ। ଅନୁମୋଦନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଗଂଜାମରେ ନିର୍ବାଚନୀ ହିଂସା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମେ ୨୦ ତାରିଖରେ ଗଂଜାମ ଜିଲ୍ଲାରେ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଏହି ୨୦ କମ୍ପାନୀ ସିଏପିଏଫ ମୁତୟନ ହେବେ। ଏହି ୨୦ କମ୍ପାନୀ ସିଏପିଏଫକୁ ରିଜର୍ଭ ଫୋର୍ସ ବା ଷ୍ଟ୍ରାଇକିଂ ଫୋର୍ସ ଭାବେ ନିୟୋଜିତ ନକରି ବିଭିନ୍ନ ବୁଥରେ ମୁତୟନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବେରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଏହି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ ବୁଧବାର ରାତିରେ ପୋଷ୍ଟର ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.