ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ ଦିଲ୍ଲୀରେ ଦେଖାଦେଇଛି ବିଦ୍ୟୁତ୍‌ ସଂଙ୍କଟ । ଦିଲ୍ଲୀର ଅଧିକାଂଶ ସ୍ଥାନରେ କରେଣ୍ଟ ନାହିଁ । ଗରମ ଗୁଳୁଗୁଳିରେ ଛଟ ହେଉଛନ୍ତି ଦିଲ୍ଲୀବାସୀ ।

ତେବେ ଦିଲ୍ଲୀର ଅନେକ ସ୍ଥାନରେ ଦିନ ୨.୧୧ରୁ କରେଣ୍ଟ କଟିଯାଇଛି । ଉତ୍ତର ପ୍ରଦେଶର ମାଣ୍ଡୋଲା ସ୍ଥିତ ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (PGCIL)ର ସବ୍-ଷ୍ଟେସନରେ ନିଆଁ ଲାଗିଥିବାରୁ ଏହି ସଙ୍କଟ ଦେଖାଦେଇଛି ।

ମଣ୍ଡୋଲା ସବ୍-ଷ୍ଟେସନରୁ ଦିଲ୍ଲୀକୁ ୧,୨୦୦ ମେଗାୱାଟ ବିଦ୍ୟୁତ୍ ଆସିଥାଏ । ହେଲେ ସେଠାରେ ଅଗ୍ନିକାଣ୍ଡ ଘଟିଥିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏନେଇ ବିଦ୍ୟୁତ୍ ପୁନଃସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି, ଧୀରେ ଧୀରେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହେଉଛି ।

 

Leave A Reply

Your email address will not be published.