Below header

ମସଲାରେ ଅପମିଶ୍ରଣ: ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଛି ସିନ୍ଥେଟିକ ଏବଂ ପୋଷାକ ରଙ୍ଗ

ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି । ଚାଉଳରେ ପ୍ଲାଷ୍ଟିକ, କ୍ଷୀରରେ ରଙ୍ଗ ଭଳି ଅନେକ ଅଭିଯୋଗ ଆପଣ ପ୍ରତିଦିନ ଶୁଣୁଥିବେ । କିନ୍ତୁ ଏବେ ମସଲାରେ ଅପମିଶ୍ରଣକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ଏବଂ ସିନ୍ଥେଟିକ ରଙ୍ଗ ମିଶାଯାଉଥିବାର ଧରାପଡ଼ିଛି ।

ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି । ଚାଉଳରେ ପ୍ଲାଷ୍ଟିକ, କ୍ଷୀରରେ ରଙ୍ଗ ଭଳି ଅନେକ ଅଭିଯୋଗ ଆପଣ ପ୍ରତିଦିନ ଶୁଣୁଥିବେ । କିନ୍ତୁ ଏବେ ମସଲାରେ ଅପମିଶ୍ରଣକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ଏବଂ ସିନ୍ଥେଟିକ ରଙ୍ଗ ମିଶାଯାଉଥିବାର ଧରାପଡ଼ିଛି ।ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଭଳି କରାଯାଉଛି ବୋଲି ସୂଚନା ମିଳିଛି ।

ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏଠାରେ ଅନେକ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି ଏବଂ ସେହି ରଙ୍ଗ ପ୍ୟାକେଟ୍‌ ‌କେବଳ ଶିଳ୍ପ ବ୍ୟବହାର ପାଇଁ ଏବଂ ବିଷାକ୍ତ ବୋଲି ମଧ୍ୟ ଲେଖାଯାଇଛି । ତେବେ ଚଢ଼ାଉ ସମୟରେ ଅନ୍ନପୂର୍ଣ୍ଣା ଫ୍ଲୋର ମିଲ୍‌ ପରିସରରୁ ପ୍ରାୟ ୨୦୦ କେଜିର ହଳଦୀ ଏବଂ ୧୫୦ କେଜିର ନାଲି ଲଙ୍କା ଗୁଣ୍ଡ ଜବତ ହୋଇଛି । ଏହି ମିଲ୍‌ଟି ଅଶୋକ ଗର୍ଗ ନାମକ ବ୍ୟବସାୟୀଙ୍କ ନାମରେ ରହିଛି । ସୂଚନାଯୋଗ୍ୟ, ମସଲାର ନିଜସ୍ୱ ରଙ୍ଗ ଥିବା କାରଣରୁ ଏଥିରେ ଖାଦ୍ୟ ରଙ୍ଗ ମଧ୍ୟ ମିଶାଯାଏ ନାହିଁ ।

ଅନ୍ୟପଟେ ସିନ୍ଥେଟିକ ରଙ୍ଗ କେବଳ ଶିଳ୍ପ ବ୍ୟବହାର ପାଇଁ ହୋଇଥାଏ । ତେଣୁ ଏହାକୁ ମସଲାରେ ମିଶାଇବା ଏକ ଗୁରୁତର ଅପରାଧ । ଏହାଦ୍ୱାରା ମସଲା ବିଷାକ୍ତ ହୋଇପାରେ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ମୀରା ସିଂ କହିଛନ୍ତି । ଅନ୍ନପୂର୍ଣ୍ଣା ଫ୍ଲୋର୍‌ ମିଲ୍‌ରେ ପ୍ରସ୍ତୁତ ହେଉଥିବା ମସଲା ସାଧାରଣ ମାର୍କେଟ, ଛୋଟ ‌ଢାବା ଏବଂ ରାସ୍ତାକଡ଼ ରେସ୍ତୋରାଁଗୁଡ଼ିକରେ ବିକ୍ରି ହେଉଥିଲା ବୋଲି ସୂଚନା ମିଳିଛି । ତେବେ ଚଢ଼ଉ ସମୟରେ ମୋଟ ସାଢ଼େ ୩ କ୍ୱିଣ୍ଟାଲ ମସଲା ଜବତ ହୋଇଛି ।

ହଳଦୀ ପାଉଡର କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲଙ୍କାଗୁଣ୍ଡ ୪୦୦ ଟଙ୍କାରେ ବିକ୍ରି ହେଉଛି । ଏହି ମସଲାରେ ହଳଦିଆ ଓ ନାଲି ସିନ୍ଥେଟିକ ରଙ୍ଗ ମିଶାଯାଉଥିଲା । ଫଳରେ ମସଲା ଆକର୍ଷଣୀୟ ଦେଖାଯିବା ସହ ଏହାର ଓଜନ ମଧ୍ୟ ବଢ଼ୁଥିଲା । ଅଧିକାରୀଙ୍କ କହିବାନୁଯାୟୀ, ଏବେ ଢାବା ଏବଂ ରେସ୍ତୋରାଁ ଉପରେ ମଧ୍ୟ ଚଢ଼ଉ କରାଯିବ । ସେମାନେ କିଛି ଅପମିଶ୍ରିତ ମସଲା ମିଶାଉଥିଲେ କି ନାହିଁ ତାହା ଅନୁଧ୍ୟାନ କରାଯିବ ।

ଯଦି ସେଗୁଡ଼ିକ ଅପମିଶ୍ରିତ ବୋଲି ଜଣାପଡ଼େ ତାହେଲେ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଡାକ୍ତରଙ୍କ କହିବାନୁଯାୟୀ, ଯଦି ଏଭଳି ଅପମିଶ୍ରଣ ହୋଇଥାଏ ତାହେଲେ ସେହି ସାମଗ୍ରୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇବ ଏବଂ ଏହାର ଦୀର୍ଘକାଳ ବ୍ୟବହାର ଫଳରେ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.