ନାଚୁ ନାଚୁ ଟଳିପଡିଲେ ବ୍ୟକ୍ତି, ଭାଇରାଲ ହେଉଛି ସେହି ମୁହୁର୍ତ୍ତର ଭିଡିଓ

ହଁ ଆଜ୍ଞା ନାଚୁ ନାଚୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌ । ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । କାହାର ଜିମରେ ତ’ ଆଉ କାହାର ନାଚି ନାଚି ଜୀବନ ଚାଲିଯାଉଛି ।

ନାଚୁ ନାଚୁ ଚାଲିଗଲା ପ୍ରାଣ । ନାଚୁଥିଲେ,ଭଗବାନଙ୍କ ଭଜନ ସମାରୋହରେ ଲୀନ ଥିଲେ । ସାଥିରେ ନାଚୁଥିବା ଲୋକଙ୍କୁ ଖୁସିରେ ଫୁଲ ବି ପକାଇଲେ । ଆଉ ତାପରେ ଟଳିପଡିଲେ । ହଁ ଆଜ୍ଞା ନାଚୁ ନାଚୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌ । ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । କାହାର ଜିମରେ ତ’ ଆଉ କାହାର ନାଚି ନାଚି ଜୀବନ ଚାଲିଯାଉଛି ।

ସେହିଭଳି ଏକ ଘଟଣା ରାଜସ୍ଥାନର ଝାଲାୱାଡ ଜିଲ୍ଲାର ସାରୋଲାରୁ ଆସିଛି, ଯେଉଁଠାରେ ଏକ ଭଜନ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଆଉ ମୃତ୍ୟୁ ହାର୍ଟ ଆଟାକ୍ ଦ୍ୱାରା ହେଉଛି ବୋଲି ବି ଜଣାପଡୁଛି । ସୂଚନା ଅନୁସାରେ, ସାରୋଲା ଅଞ୍ଚଳର ମାଲାନଭାସା ଗାଁରେ ଏକ ଭଜନ କାର୍ଯ୍ୟକ୍ରମ ଚାଲୁଥିଲା ।

ମୃତକଙ୍କ ନାମ ଯୋଧରାଜ ନାଗର ବୋଲି ଜଣାପଡିଛି । ବାରଣ ଜିଲ୍ଲାର ମୋଇ କାଲାନ୍ ଗ୍ରାମ ପଞ୍ଚାୟତରେ ଯୋଧରାଜ ନାଗଙ୍କୁ ଜୁନିୟର ଆସିଷ୍ଟାଣ୍ଟ ଭାବରେ ପୋଷ୍ଟ କରାଯାଇଥିଲା । ତେବେ ଯୋଧରାଜ ନାଗର ଝାଲାଓ୍ଵାଡ୍‌ ଜିଲ୍ଲାର ସାରୋଲାରେ ଭଜନ କାର୍ଯ୍ୟକ୍ରମକୁ ଆସିଥିଲେ । ଏହି ସମୟରେ ସେ ନାଚିବା ଆରମ୍ଭ କରିଥିଲେ । ନାଚିବାବେଳେ ସେ ତଳେ ପଡ଼ିଗଲେ ଏବଂ ପରେ ଚେତାଶୂନ୍ୟ ହୋଇଗଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଯୋଧରାଜ ନାଗରଙ୍କ ବୟସ ୪୩ ବର୍ଷ ।

Leave A Reply

Your email address will not be published.