ମୁହଁରେ ଭର୍ତ୍ତି ହୋଇଛି ଚୁଟି, ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ପୂରା ପରିବାର

ପରିବାରକୁ ଗିନିଜ୍‌ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ମିଳିଛି କଥା ଟା ଆପଣଙ୍କୁ ହୁଏତ ଅଡ଼ୁଆ ଲାଗୁଥାଇପାରେ । କିନ୍ତୁ ଏ ପରିବାର ସମସ୍ତ ସଦସ୍ୟଙ୍କ ମୁହଁରେ ଏମିତି ଚୁଟି ଉଠିଛି ଯେ ପରିବାରର ନାଁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ।

ଅନେକ ଲୋକଙ୍କ ମୁହଁରେ ଚୁଟି ଉଠେ । ଏହି ଚୁଟିକୁ ହଟାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟକୁ ଆପଣାନ୍ତି । କାରଣ ଏହା ତାଙ୍କ ସୁନ୍ଦରତାକୁ ଖରାପ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ମୁହଁରେ ଉଠିଥିବା ଚୁଟି ପାଇଁ ଗିନିଜ୍‌ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

ନିକଟରେ ମେକ୍ସିକୋର ଏକ ପରିବାରକୁ ‘ଗିନିଜ୍ ୱାର୍ଲ୍ଡ ରେକର୍ଡସ୍’ ମାନ୍ୟତା ଦିଆଯାଇଛି । ପରିବାରକୁ ଗିନିଜ୍‌ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ମିଳିଛି କଥା ଟା ଆପଣଙ୍କୁ ହୁଏତ ଅଡ଼ୁଆ ଲାଗୁଥାଇପାରେ । କିନ୍ତୁ ଏ ପରିବାର ସମସ୍ତ ସଦସ୍ୟଙ୍କ ମୁହଁରେ ଏମିତି ଚୁଟି ଉଠିଛି ଯେ ପରିବାରର ନାଁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ପରିବାରର ୪ ଜଣ ସଦସ୍ୟ ଅଛନ୍ତି, ଯେଉଁ ମାନଙ୍କ ନାମ ଭିକ୍ଟର ‘ଲ୍ୟାରି’ ଗୋମେଜ, ଗାବ୍ରିଏଲ୍ ‘ଡାନି’ ରାମୋସ୍ ଗୋମେଜ୍, ଲୁଇସା ଲିଲିୟା ଡି ଲିରା ଏସେଭେସ୍ ଏବଂ ଜିସସ୍‌ ମ୍ୟାନୁଏଲ୍ ଫାଜାର୍ଡୋ ଏସେଭେସ୍ । ଏହି ପରିବାର ନାମ ଗିନିଜ୍‌ ରେକର୍ଡ ବୁକରେ ସାମିଲ ହୋଇଛି । ସେମାନଙ୍କ ମୁହଁରେ ଚୁଟି ଭର୍ତ୍ତି ହୋଇ ରହିଛି , ଯେଉଁଥିପାଇଁ ସେମାନେ ସାଧାରଣ ଲୋକଙ୍କ ଭଳି ଦେଖାଯାଆନ୍ତି ନାହିଁ ।

ଏହା ଏକ ଭିନ୍ନ ମାମଲା ଯେଉଁଥିରେ ଭିକ୍ଟର ଗୋମେଜଙ୍କ ପରିବାରର ମୋଟ ୪ ଜଣ ସଦସ୍ୟ ପିଡ଼ିତ ଅଛନ୍ତି । ‘କଞ୍ଜେନାଇଟେଲ୍‌ ଜେନେରାଲାଇଜଡ୍ ହାଇପରଟ୍ରିକୋସିସ୍’ ନାମକ ଏକ ବିରଳ ଜେନେଟିକ୍ ରୋଗରେ ଏମାନେ ପୀଡିତ ଅଛନ୍ତି । ଗୋମେଜ୍ ପରିବାର ବୈଜ୍ଞାନିକଙ୍କୁ ଏହି ରୋଗ ବିଷୟରେ ବୁଝାଇଥିଲେ । ଯାହା ଫଳରେ ଏହି ବିରଳ ରୋଗ ପାଇଁ କେଉଁ ଜିନ୍ ଦାୟୀ ତାହା ବୈଜ୍ଞାନିକମାନେ ଜାଣି ପାରିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅବସ୍ଥା X କ୍ରୋମୋଜୋମ୍ ସହିତ ଜଡିତ । ଏହାର ଅର୍ଥ ବାପା ମା’ଙ୍କ ଠାରୁ ଏହି ରୋଗ ପିଲାମାନଙ୍କୁ ହୋଇଥାଏ । ଗୋମେଜ ପରିବାରରେ ପୁରୁଷଙ୍କ କେଶ ବହୁତ କଠିନ ଏବଂ ଶରୀରର ୯୮ ପ୍ରତିଶତ ବଡି ପାର୍ଟରେ ସେମାନଙ୍କର ଚୁଟି ରହିଛି । କିନ୍ତୁ ମହିଳାଙ୍କ କେଶ ସାମାନ୍ୟ ନରମ ରହିଛି ।

୧୯୪୧ ମସିହାରେ ଏକ ଆମେରିକୀୟ ଫିଲ୍ମ ରିଲିଜ୍‌ ହୋଇଥିଲା ଯାହାର ନାମ ‘ଦ ଓଲ୍ଫ ମ୍ୟାନ୍’ । ଏହା ଫିଲ୍ମ ପାଇଁ ଲୋକମାନେ ଭିକ୍ଟର ଗୋମେଜଙ୍କୁ ‘ଓଲ୍ଫ ମ୍ୟାନ୍’ ବୋଲି କହୁଛନ୍ତି । ଯଦିଓ ସେ ଏହି କାରଣରୁ ଅନେକ ଖ୍ୟାତି ଅର୍ଜନ କରିଛନ୍ତି, ତଥାପି ତାଙ୍କ ଜୀବନରେ ସଂଘର୍ଷ କରୁଛନ୍ତି । ଲୋକମାନେ ତାଙ୍କୁ ତାଙ୍କ କେଶ ପାଇଁ ଥଟ୍ଟା ପରିହାସ କରୁଛନ୍ତି, କିନ୍ତୁ ବର୍ତ୍ତମାନ ଭିକ୍ଟର ଜୀବନର ଏହି ସତ୍ୟକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ ରୂପକୁ ଭଲ ପାଇବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.