Below header

ବଦଳିଲେ କଂଗ୍ରେସର ୫ ବିଧାୟକ ପ୍ରାର୍ଥୀ, ବରୀରୁ ଗତକାଲି ଯୋଗ ଦେଇଥିବା ଦେବାଶିଷ ନାୟକଙ୍କୁ ଟିକେଟ

ବଦଳିଲେ କଂଗ୍ରେସର ୫ ବିଧାୟକ ପ୍ରାର୍ଥୀ । ଆଜି ୬ ଜଣିଆ ତାଲିକା ଘୋଷଣା କରିଛି କଂଗ୍ରେସ । ଏଥିରେ ଜଣେ ନୂଆ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ୫ ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ । ବାଲେଶ୍ବର ଜିଲ୍ଲା ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି ଦଳ । ଗତକାଲି କଂଗ୍ରେସରେ ଯୋଗ ଦେଇଥିବା ଦେବାଶିଷ ନାୟକଙ୍କୁ କଂଗ୍ରେସ ଟିକେଟ ଦେଇଛି।

ଭୁବନେଶ୍ୱର (କେନ୍ୟୁଜ): ବଦଳିଲେ କଂଗ୍ରେସର ୫ ବିଧାୟକ ପ୍ରାର୍ଥୀ ।  ଆଜି ୬ ଜଣିଆ ତାଲିକା ଘୋଷଣା କରିଛି କଂଗ୍ରେସ ।  ଏଥିରେ ଜଣେ ନୂଆ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ୫ ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ । ବାଲେଶ୍ବର ଜିଲ୍ଲା ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି ଦଳ । ଗତକାଲି କଂଗ୍ରେସରେ ଯୋଗ ଦେଇଥିବା ଦେବାଶିଷ ନାୟକଙ୍କୁ କଂଗ୍ରେସ ଟିକେଟ ଦେଇଛି। ପୂର୍ବରୁ ଶ୍ରୀମତି ଆରତୀ ଦେଓଙ୍କୁ ମିଳିଥିଲା ଟିକେଟ । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ଟିକେଟ କାଟି ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଠଗଡ଼ରେ ମେହେବୁବ ଅହମ୍ମଦ ଖାନଙ୍କୁ ବଦଳାଇ ସୁଦର୍ଶନ ସାହୁଙ୍କୁ ଟିକେଟ ଦେଇଛି କଂଗ୍ରେସ । ପୁରୀରୁ ଲଢ଼ିବେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ । ସୁଜିତ ମହାପାତ୍ରଙ୍କ ଟିକେଟ କାଟି ଉମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଜଳେଶ୍ବର ଆସନରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ କଂଗ୍ରେସ ସୁଦର୍ଶନ ଦାସଙ୍କୁ ଟିକେଟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.