ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ

ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି ।

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ସର୍ବ ପୁରାତନ ମୂର୍ତ୍ତି ମଧ୍ୟରେ ଏହା ଅନ୍ୟତମ । ଭୁବନେଶ୍ୱରରୁ କଳାକାରମାନେ ଦିଲ୍ଲୀ ଆସି ତିନି ବିଗ୍ରହଙ୍କ ବନକ ଲାଗି କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶହଶହ ଭକ୍ତ ଏବଂ ଓଡ଼ିଶା ନିବାସ ଓ ଭବନର କର୍ମଚାରୀଙ୍କ ଗହଣରେ ମନ୍ତ୍ର ଉଚ୍ଚାରଣ ଓ ହୋମ ଯଜ୍ଞ ସହ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ପୁନଃ ପ୍ରତିଷ୍ଠା କରାଯାଇଥିଲା ।

ଆଗାମୀ ରଥଯାତ୍ରା ପୂର୍ବରୁ ନୂଆ ରୂପ ନେଇଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ । ଭକ୍ତିମୟ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା ସମ୍ପନ୍ନ ହେବା ପରେ ଭକ୍ତମାନେ ପ୍ରସାଦ ଗ୍ରହଣ କରିଥିଲେ । ଏହି ଅବସରରେ ରେସିଡେଣ୍ଟ କମିଶନର ରବିକାନ୍ତ ଏବଂ ଯୁଗ୍ମ କମିଶନର ସୁଧାଂଶୁ ଭୂଷଣ ମହାନ୍ତି ଉପସ୍ଥିତ ଥିଲେ ।…

THAKURA-3

Leave A Reply

Your email address will not be published.