ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ 

କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି ।

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି ଦିନ ହେବ ଘୋଡ଼ାବନ୍ଧ, କସାବାହି,ଗଞ୍ଜେଇଗୁଡ଼ା ଅଞ୍ଚଳରେ ବଣୁଆ ହାତୀ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗିବାରେ ଲାଗିଛି । ଏହାସହିତ ଫସଲ ମଧ୍ୟ ବ୍ୟାପକ ପରିମାଣରେ ନଷ୍ଟ କରିବାରେ ଲାଗିଛି । ଅପରପକ୍ଷେ ହାତୀ ଆକ୍ରମଣ ଡରରେ ଅଞ୍ଚଳ ଲୋକେ ଭୟଭୀତ ହୋଇ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାରି ହୋଇ ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ।

Leave A Reply

Your email address will not be published.