Below header

ଶ୍ରୁତି ହାସନ ଓ ଶାନ୍ତନୁ ହଜାରିକାଙ୍କ ବ୍ରେକଅପ୍, ୪ ବର୍ଷ ରିଲେସନ୍‌ସିପ୍‌ରେ ରହିବା ପରେ ହେଲେ ଅଲଗା

ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକା ନିଜ ରିଲେସନ୍‌ସିପ୍‌ ପାଇଁ ସବୁବେଳେ ଖବରରେ ରହିଥାଆନ୍ତି । ଦୁହେଁ ପୁଣି ଥରେ ନିଜ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଖବର ଅଛି ଯେ ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି । ବର୍ତ୍ତମାନ ଚାରି ବର୍ଷ ହେବ ରିଲେସନ୍‌ସିପ୍‌ରେ ରହିବା ପରେ ଦୁହେଁ ଅଲଗା ହୋଇଛନ୍ତି

ବଲିଉଡରୁ ନେଇ ସାଉଥ୍‌ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରୁଥିବା ଶ୍ରୁତି ହାସନ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି । ତେବେ ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକା ନିଜ ରିଲେସନ୍‌ସିପ୍‌ ପାଇଁ ସବୁବେଳେ ଖବରରେ ରହିଥାଆନ୍ତି । ଦୁହେଁ ପୁଣି ଥରେ ନିଜ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବେ ଏହି କପଲଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅଛି ଯେ ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି । ବର୍ତ୍ତମାନ ଚାରି ବର୍ଷ ହେବ ରିଲେସନ୍‌ସିପ୍‌ରେ ରହିବା ପରେ ଦୁହେଁ ଅଲଗା ହୋଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀର ଷ୍ଟାର କପଲଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

କିଛି ସମୟ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟ viralbhayaniରେ ଏକ ପୋଷ୍ଟ ସେୟାର କରଯାଇଛି, ଯେଉଁଥିରେ ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକାଙ୍କର ବ୍ରେକ୍‌ଅପ୍‌ ହୋଇଛି ବୋଲି ଦାବି କରାଯାଇଛି । ଏହି ଦମ୍ପତି ଆଉ ଏକାଠି ନାହାଁନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ଅନ୍‌ଫଲୋ କରିଛନ୍ତି । କେବଳ ଏତିକି ନୁହେଁ ଶ୍ରୁତି ନିକଟରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ କ୍ରିପ୍ଟିକ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ଲେଖାଥିଲା, ‘ଏହା ଏକ କ୍ରେଜି ଜର୍ଣ୍ଣି ଥିଲା, ମୋ ବିଷୟରେ ଏବଂ ଲୋକଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଲି ।

ଶ୍ରୁତି ହାସନ ଏବଂ ଶାନ୍ତନୁ ହଜାରିକା ଏପର୍ଯ୍ୟନ୍ତ ସେମାନଙ୍କ ବ୍ରେକଅପ୍ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି । ଶ୍ରୁତି ଏବଂ ଶାନ୍ତନୁ ବହୁତ ସମୟ ଧରି ଡେଟିଂ କରୁଥିଲେ ଏବଂ ଗତ କିଛି ବର୍ଷ ହେବ ଦୁହେଁ ଲିଭ୍‌ ଇନ୍ ରିଲେସନ୍‌ସିପ୍‌ରେ ମଧ୍ୟ ଥିଲେ । ସେମାନେ ପ୍ରାୟତ ୪ ବର୍ଷ ହେବ ଏକାଠି ରହୁଥିଲେ । ତେବେ ଶାନ୍ତନୁ ଜଣେ ପ୍ରସିଦ୍ଧ ଡୁଡଲ୍ କଳାକାର । ସେ ର‍୍ୟାପର, ଡିଭାଇନ୍ ଏବଂ ରିତୱିଜଙ୍କ ସମେତ ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ସହ କାମ କରିଛନ୍ତି ।

ଶ୍ରୁତି ହାସନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ‘ସାଲାର’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ପ୍ରଭାସ ଏବଂ ପୃଥିବୀରାଜ୍‌ ସୁକୁମାରନ୍ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରିଥିଲା । ଏହି ଫିଲ୍ମ ପୂରା ବିଶ୍ୱର ବକ୍ସ ଅଫିସରେ ୭୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା । ତେବେ ଫିଲ୍ମ ‘ସାଲାର ୨’ ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.