Below header

ଆଗାମୀ ୫ଦିନ ଯାଏ ରାଜ୍ଯରେ ଖରା-ବର୍ଷାର ଖେଳ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପୂର୍ବାହ୍ନରେ ଖରା। ଅପରାହ୍ଣରେ କାଳବୈଖାଶୀ ବର୍ଷା। ଦୁଇଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ କମିଛି ତାପମାତ୍ରା।

ଭୁବନେଶ୍ବର : ପୂର୍ବାହ୍ନରେ ଖରା । ଅପରାହ୍ଣରେ କାଳବୈଖାଶୀ ବର୍ଷା । ଦୁଇଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ କମିଛି ତାପମାତ୍ରା । ଆଗାମୀ ୫ଦିନ ଯାଏ ରାଜ୍ଯରେ ଏଭଳି ପାଣିପାଗ ଲାଗି ରହିବ । ଦିନର ତାପମାତ୍ରାରେ ମଧ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନ ଏବଂଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ପୂର୍ବ ଆସାମ ଠାରୁ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ବ୍ୟାପିଛି । ଏହା ସହ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି ।  ଏହାର ପ୍ରଭାବରେ ରାଜ୍ୟରେ କାଳବୈଖାଶୀ ବର୍ଷା ଲାଗି ରହିଛି । ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁରକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଖାଶୀ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ ।

ଆସନ୍ତାକାଲି ପାଇଁ ୨ଟି ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପବନର ଘଣ୍ଟାପ୍ରତି ବେଗ ୩୦ରୁ ୪୦ କିମି ରହିବ ।  ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବହୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.