Below header

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

ଆଜି ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଚାରିଛକ ପଡିଆ ଠାରେ ଏକ ବିଜୟ ସେତୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି ।

ବ୍ରହ୍ମଗିରି : ଆଜି ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଚାରିଛକ ପଡିଆ ଠାରେ ଏକ ବିଜୟ ସେତୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ଭାରତ ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଯୋଗଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ଜନହିତକାରି କାର୍ଯ୍ୟ ସଂପର୍କରେ ଉପସ୍ଥିତ ଜନତା ମାନଙ୍କୁ ଅବଗତ କରାଇଛନ୍ତି ।

ପୂର୍ବରୁ ଘୋଷଣା କରାଯାଇଥିବା ଭାରତମାଳ ପ୍ରକଳ୍ପରେ କିଛି ତ୍ରୁଟି ପାଇଁ ଗଞ୍ଜାମ ଗୋପାଳପୁର ଠାରୁ କୃଷ୍ଣପ୍ରସାଦ ସାତପଡ଼ା ମଧ୍ୟରେ ହେବାକୁ ଥିବା ସେତୁ ସମ୍ପର୍କରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀନୀ ଉପାସନା ମହାପାତ୍ର ଏହି ସମସ୍ୟାକୁ ଆମ ପାଖରେ ଉପସ୍ଥାପନା କରି ଆପଣମାନଙ୍କ ଦୀର୍ଘ ଦିନର ସମସ୍ୟା ସାତପଡ଼ା ଚିଲିକା ଉପରେ ସେତୁ ନିର୍ମାଣ କରିବା ପାଇଁ ଦାବି କରିଥିଲେ ।

ଏହି ସେତୁ ନିର୍ମାଣ ପାଇଁ ସମସ୍ତ ଡିପିଆର ପ୍ରସ୍ତୁତ ହୋଇସାରିଛି । ନିର୍ବାଚନ ପାଇଁ ଟେଣ୍ଡର ପ୍ରକ୍ରିୟା ବାକି ରହିଛି, ନିର୍ବାଚନ ଶେଷ ହେବା ପରେ ତୁରନ୍ତ ସାତପଡ଼ା ଚିଲିକା ଉପରେ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ଅଞ୍ଚଳର ଦୀର୍ଘଦିନର ସମସ୍ୟା ଲୋକମାନଙ୍କର ଦାବିକୁ ପୁରଣ ହୋଇଯିବ ।

ଏହି ପ୍ରତିଶ୍ରୁତି ପୁନର୍ବାର ଉପସ୍ଥାପନା କରି ଓଡ଼ିଶାରେ  ବିଜେପି ସରକାର କରିବା ଏବଂ ଯଥାଶୀଘ୍ର ଚିଲିକାରେ ବ୍ରିଜ କରାଯାଇ ଏହି ଅଞ୍ଚଳର ଦୀର୍ଘଦିନର ସମସ୍ୟାକୁ ଦୁରକରିବ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି ଲୋକସଭା  ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀନୀ ଉପାସନା ମହାପାତ୍ରଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ନୂତନ ଓଡ଼ିଶା ଗଠନ କରିବା ପାଇଁ ନିଜ ଅଭିଭାଷଣରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଉପସ୍ଥିତ ଜନତାଙ୍କୁ କହିଥିଲେ । ଏହି ସମାବେଶରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର , ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀନୀ ଉପାସନା ମହାପାତ୍ର ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.