Below header

ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର

ଦିନକୁ ଦିନ ମାତୁଛନ୍ତି ଚୋର । ଚୋର ଭୟରେ ଦିନ କାଟୁଥିଲେ ଲୋକେ । ଏବେ ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର । ଦିନରେ ବୁଲି ଘର ଦେଖୁଥିଲେ ରାତିରେ ଆସି ଲୁଟୁଥିଲେ । ଲୋକଙ୍କ ଆଖିରେ ଧୁଳି ଦେଇ ଘରେ ବୁଲାଉଥିଲେ କଳାକନା । ଖାଲି ଖୋଜି ବୁଲୁଥିଲେ ଘରେ କେହି ନଥିବାର ସୁଯୋଗ ।

କଟକ : ଦିନକୁ ଦିନ ମାତୁଛନ୍ତି ଚୋର । ଚୋର ଭୟରେ ଦିନ କାଟୁଥିଲେ ଲୋକେ । ଏବେ ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର । ଦିନରେ ବୁଲି ଘର ଦେଖୁଥିଲେ ରାତିରେ ଆସି ଲୁଟୁଥିଲେ । ଲୋକଙ୍କ ଆଖିରେ ଧୁଳି ଦେଇ ଘରେ ବୁଲାଉଥିଲେ କଳାକନା । ଖାଲି ଖୋଜି ବୁଲୁଥିଲେ ଘରେ କେହି ନଥିବାର ସୁଯୋଗ । ଆଉ ଯେତେବେଳେ ଘରେ କେହି ରହୁନଥିଲେ ସେହି ସୁଯୋଗ ନେଇ ଘରେ ପଶୁଥିଲେ । ଆଉ ଘରୁ ଲୁଟୁଥିଲେ ସୁନା ଅଳଙ୍କାର । ଖାଲି ସୁନା ଅଳଙ୍କାର ଲୁଟୁନଥିଲେ ବରଂ ଠାକୁରଙ୍କ ଜିନିଷ ବି ଲୁଟି ନେଉଥିଲେ । ଠାକୁରଙ୍କ ଖଟୁଲିଠାରୁ ଆରମ୍ଭ କରି ପିତ୍ତଳ ବାସନ ଘଣ୍ଟି ସବୁକିଛି ନେଇଯାଉଥିଲେ ।

ସବୁଦିନ ଏପରି ଚୋରି କରି ଲୋକଙ୍କୁ ଅସୁବିଧାରେ ପକାଉଥିଲେ ହେଲେ ପୋଲିସ ନଜରରୁ ବର୍ତ୍ତିପାରି ନଥିଲା ତାଙ୍କର କଳା କାରନାମା । ପୋଲିସ ହାବୁଡ଼ରେ ପଡ଼ିଛି ଏହି କୁଖ୍ୟାତ ଚୋର । ପୋଲିସ ସନ୍ଦେହରେ ପଚରାଉଚୁରା କରିଥିଲା ହେଲେ ସବୁ ସତ ଉଗାଳିଥିଲା ଚୋର । ଯାହା ଫଳରେ ପୋଲିସ ସମସ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛି । ଆଉ ତାଙ୍କ ଠାରୁ ପୋଲିସ ଉଦ୍ଧାର କରିଛି ସୁନା ଅଳଙ୍କାର ସହ ପିତ୍ତଳ ବାସନ କୁସନ ଓ ନଗଦ ୫୧ ହଜାର ୯୦୦ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳ ରେ ।

ନିଶ୍ଚିନ୍ତକୋଇଲି ଥାନା ରାମରାଙ୍ଗ ଅଞ୍ଚଳର ଜ୍ୱାଇଁ ବିକ୍ରମ କିଶୋର ବେହେରା ତାଙ୍କ ଶଶୁର ଘରୁ ଚୋରି ହୋଇଥିବା ଘଟଣାକୁ ନେଇ ନିଶ୍ଚିନ୍ତକୋଇଲି ଥାନାରେ ଗତ ୬ ତାରିଖରେ ଏକ ରିପୋର୍ଟ କରିଥିଲେ । ଏହି ରିପୋର୍ଟକୁ ଆଧାର କରି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଜାରି ରଖିଥିଲା । ପରେ ସନ୍ଦେହରେ ଜଣକୁ ପଚରାଉଚରା କରିଥିଲା । ତାକୁ ଗିରଫ କରି ତା ଠାରୁ ପିତ୍ତଳ ବାସନ ସହ ସୁନା ଅଳଙ୍କାର ଓ ନଗଦ ଟଙ୍କା ଉଦ୍ଧାର କରିଛି । ଆଉ ଏଥିରେ ଆଉ ଦୁଇ ଜଣ ସମ୍ପୃକ୍ତି ରହିଥିବା ନେଇ ପୋଲିସ ତଦନ୍ତ ଜାରି ରଖିଛି ଓ ଖୁବ ଶୀଘ୍ର ତାଙ୍କୁ ଗିରଫ କରିବ ବୋଲି କହିଛି ପୋଲିସ ।

ତେବେ ଗିରଫ ହୋଇଥିବା କୁଖ୍ୟାତ ଚୋର ନାଁ ହେଉଛି ମୋହସିନ ଖାଁ । ତାଙ୍କ ଘର ହେଉଛି ସାଲେପୁର ଅଞ୍ଚଳ ଗଙ୍ଗେଶ୍ୱରରେ।ତାଙ୍କ ଠାରୁ ସୁନା ଅଳଙ୍କାର କ୍ରୟ କରୁଥିବା ଅଜୟ କୁମାର ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅଜୟଙ୍କ ଘର ହେଉଛି ସାଲେପୁର ଥାନା ଅଞ୍ଚଳର ମାଣିତ୍ରୀ । ଆଉ ଏହି କୁଖ୍ୟାତ ଚୋରଠାରୁ ପିତ୍ତଳ ବାସନ କ୍ରୟ କରୁଥିବା ଟାଙ୍ଗି ଥାନା ଅଞ୍ଚଳ ଭଟିମୁଣ୍ଡାଞ୍‌ର ମଳୟ ପୃଷ୍ଟିଙ୍କୁ ପୋଲିସ ଗିରଫ କରି ମୋଟ ୩ ଜଣକୁ କୋର୍ଟ ଫରୱାର୍ଡ କରିବା ନେଇ ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.