Below header

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ୨ ଟାରୁ ବନ୍ଦ ରହିବ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର

ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ' । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି  ସାମ୍ବାଦିକ ସମ୍ମିଳନୀ ।

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି  ସାମ୍ବାଦିକ ସମ୍ମିଳନୀ । ଏହା ସହ ହୋଇଛି ପୋଲିସ ଅଧିକାରୀଙ୍କ ସହ ବୈଠକରେ କଟକ – ଭୁବନେଶ୍ୱର କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳାକୁ କଡାକଡି କରିବା ସହ ଟ୍ରାଫିକ ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଛି ।

ପୋଲିସ କମିଶନର ସଂଜୀବ ପଣ୍ଡା ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି ୧୦ ତାରିଖରେ ରହିଛି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ । ସୁରକ୍ଷାକୁ ନଜରରେ ରଖି ବ୍ଲୁ ବୁକ୍ ଅନୁଯାୟୀ ହୋଇଛି ସୁରକ୍ଷା ବ୍ୟବସ୍ଥା । ବିଜେପି ପାର୍ଟି ଅଫିସରୁ ବାଣୀବିହାର ପର୍ଯ୍ୟନ୍ତ ହେବ ଏହି ରୋଡ ସୋ । ଏଥିପାଇଁ ସମ୍ପୂର୍ଣ୍ଣ ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ପରିଚାଲନା ପାଇଁ  ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଏହି ନିୟମ ଅନୁଯାଇ ୨ ଟାରୁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ବନ୍ଦ ରହିବ । ଆଉ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ୪ ଟାରୁ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ ।

ତେବେ ଆସନ୍ତାକାଲି ଅକ୍ଷୟତୃତୀୟା ଥିବାରୁ ଯଦି କିଛି କିଣା କିଣି ଥାଏ ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରନ୍ତୁ ବୋଲି କହିଛନ୍ତି ପୋଲିସ କମିଶନର । ସେହିଭଳି ଭିଆଇପି ମୁଭମେଣ୍ଟ ପାଇଁ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ ରହିବ । କୌଣସି ଡ୍ରୋନ ଏହି ସମୟରେ ବି ଉଡ଼ିପାରିବ ନାହିଁ  ।  ସେଥିପାଇଁ ନୋ dron ଜୋନ ମଧ୍ୟ ଘୋଷଣା କରାଯାଇଛି ।

ସମ୍ପୂର୍ଣ୍ଣ ରୋଡ ସୋ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ଏହି ରାସ୍ତାରେ ଥିବା ହୋଟେଲ ଓ ବସ୍ତିରେ କଡାକଡି ଚେକିଂ ଚାଲିଛି । କାଲି ରୋଡ ସୋରେ ସାମିଲ ହେବେ ୫ ଡିସିପି , ୧୦ ଅତିରିକ୍ତ ଡିସିପି , ୨୮ ଏସିପି , ୪୧ ଇନ୍ସପେକ୍ଟର , ୧୮୦ ସବ ଇନ୍ସପେକ୍ଟର ଏବଂ ୫୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ ସ୍କେଶିଆଲ ପ୍ରାଟିକାଲ ୟୁନିଟ  ବୋଲି  କହିଛନ୍ତି  ପୋଲିସ କମିଶନର ସଂଜୀବ ପଣ୍ଡା । ରୂଫ ଟପ୍ ସୁରକ୍ଷା ରହିଛି। ହାଇ ରାଇଯିଂ ବିଲ୍ଡିଂ ରୁ ସ୍ଵତନ୍ତ୍ର ବାଇନକୁଲାର ରେ ରହିବେ ଶାରପ ସୁଟର ସ୍ନାଇପର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.