Below header

ସାନ ଝିଅ ଅନେଇ ବସିଛି ବାପା ମାଆ ଓ ଭଉଣୀର ଫେରିବା ବାଟକୁ, ଏପଟେ କାର ଭିତରୁ ମିଳିଲା ମୃତଦେହ

କାର ସିନା ଅଛି କିନ୍ତୁ ନାହାଁନ୍ତି ଏହି କାରକୁ ଚଲାଉଥିବା ସୁଜିତ । ଏହି କଳା ରଙ୍ଗର କାରରେ ଘରୁ ବାହାରିକି ଆସିଥିଲେ ସୁଜିତ୍‌ ଖୁସବୁ ଆଉ ଅର୍ପିତା । ଅପରାହ୍ନପ୍ରାୟ ୩ଟା ୨୦ରେ ଘରୁ ବାହାରିଥିଲେ ସୁଜିତ୍‌ । ସାଥିରେ ଥିଲେ ସ୍ତ୍ରୀ ଖୁସବୁ ଓ ବଡ ଝିଅ ଅର୍ପିତା ।

ଝାରସୁଗୁଡା (କେନ୍ୟୁଜ) : ଏଇ ସେହି କଳା ରଙ୍ଗର କାର । ଯାହାକୁ ଚଲାଉଥିଲେ ସୁଜିତ । ଆଉ ବସିଥିଲେ ସ୍ତ୍ରୀ ଖୁସବୁ ଓ ଝିଅ ଅର୍ପିତା । କାର ସିନା ଅଛି କିନ୍ତୁ ନାହାଁନ୍ତି ଏହି କାରକୁ ଚଲାଉଥିବା ସୁଜିତ । ଏହି କଳା ରଙ୍ଗର କାରରେ ଘରୁ ବାହାରିକି ଆସିଥିଲେ ସୁଜିତ୍‌ ଖୁସବୁ ଆଉ ଅର୍ପିତା । ଅପରାହ୍ନପ୍ରାୟ ୩ଟା ୨୦ରେ ଘରୁ ବାହାରିଥିଲେ ସୁଜିତ୍‌ । ସାଥିରେ ଥିଲେ ସ୍ତ୍ରୀ ଖୁସବୁ ଓ ବଡ ଝିଅ ଅର୍ପିତା । କିନ୍ତୁ ଆଜି କାରରୁ ମିଳିଲା ତିନି ଜଣଙ୍କ ମୃତଦେହ । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଣିପାହାଡ଼ ନିକଟ ପଡିଆରେ ଏକ କାରରୁ ବାପା, ମା ଏବଂ ନାବାଳିକା ଝିଅର ମୃତଦେହ ଠାଵ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଓରିଏଣ୍ଟ ଥାନା ଅଂଚଳ କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଏବଂ ଝିଅ ଅର୍ପିତା ରାୟ ବୋଲି ଜଣାପଡିଛି । ସମସ୍ତଙ୍କର ସମାନ ଢ଼ଙ୍ଗରେ ମୃତ୍ୟୁ । ମୁଣ୍ଡରେ ଗୁଳି ମାଡ । ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚି଼ହ୍ନ ରହିଥିବାବେଳେ କାରରେ ମଧ୍ୟ ଗୁଳି ଦାଗ ରହିଛି । ବାପା ସୁଜିତ ରାୟ ସ୍ତ୍ରୀ ଏବଂ ଛୁଆ ମାରିବା ପରେ ନିଜକୁ ମାରିଥିବାନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । କାର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି । ସାଇଣ୍ଟିଫିକ ଟିମ ଉପସ୍ଥିତିରେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ତେବେ ସବୁଠୁ ଦୁଃଖର ବିଷୟରେ ସେ ଘରେ ଅଛନ୍ତି ସୁଜିତଙ୍କ ୩ ବର୍ଷର ସାନ ଝିଅ । ଜେଜେ ବାପା ଆଉ ଜେଜେ ମାଆ ପାଖରେ ଥିବା ସାନଝିଅ ଜାଣିନି ତା ବାପା ମାଆ ଆଉ ଭଉଣୀ ଆଉ ନାହାଁନ୍ତି ଏ ଦୁନିଆରେ । ଚାଲି ଯାଇଛନ୍ତି ଅଫେରା ରାଇଜକୁ ବୋଲି । ତେବେ ପଡୋଶୀଙ୍କ କହିବା ଅନୁସାରେ ସୁଜିତ ଗତକାଲି ଅପରାହ୍ନ ପ୍ରାୟ ୩ଟା ୨୦ରେ ନିଜ କାରରେ ବଡ଼ ଝିଅ ଏବଂ ସ୍ତ୍ରୀଙ୍କ ସହ ଘରୁ ବାହାରି ଥିଲେ । ହେଲେ ସେ ରାତି ୧୦ ଟା ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଏବଂ ପଡୋଶୀ ମିଶି ଓରିଏଣ୍ଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସୁଜିତଙ୍କ ମୋବାଇଲ ଟ୍ରେସ କରି ଲଖନପୁର ଥାନା ଅଞ୍ଚଳ ବାଣୀପାହାଡ଼ ନିକଟରେ ଥିବା ଜାଣିବାକୁ ପାଇଲା । ଘଟଣାସ୍ଥଳରେ ପହଞ୍ଚି ଦେଖିଲାବେଳକୁ ଭିତରେ ମରି ପଡିଛନ୍ତି ସୁଜିତ ତାଙ୍କ ସ୍ତ୍ରୀ ଖୁଶବୁ ଏବଂ ଝିଅ ଅର୍ପତା । ଆଶ୍ଚର୍ଯ୍ୟକର କଥା ହେଉଛି କାରର ଇଂଜିନ ଅନ ଥିବା ସହ ଏସୀ ଚାଲିଥିଲା । ତେବେ ପଡୋଶୀମାନେ କହିଛନ୍ତି ସେମାନଙ୍କ କୌଣସି ପାରିବାରିକ କଳହ ନଥିଲା । ଏବଂ ବହୁତ ଭଲ ପରିବାର ଥିଲା, ହସଖୁସିରେ ବିତୁଥିଲା ସଂସାର । ସୁଜିତ ମଧ୍ୟ ଭଲ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ତେବେ ଏମିତି ଅଭାବନୀୟ ଘଟଣା କିପରି ଘଟିଲା ତାହା ତଦନ୍ତ ସାପେକ୍ଷ ବୋଲି ପଡୋଶୀ କହିଛନ୍ତି।

ଅନ୍ୟପକ୍ଷରେ ବେଟିଂ ହେଲା କାଳ ବୋଲି ଉତ୍ତରାଞ୍ଚଳ ଆଇ ଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନଲଆଇନ ବେଟିଂ ରେ ଟଙ୍କା ଲଗାଇ କ୍ଷତି ହେବାରୁ ଶେଷରେ ଗୋଟିଏ ପରିବାର ର ତିନି ଜଣଙ୍କ ଜୀବନ ଗଲା । ନିଜ ସ୍ତ୍ରୀ ଏବଂ ଛୁଆକୁ ଗୁଳି କରିବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଝାରସୁଗୁଡା SP ଙ୍କ ସୂଚନା । ଅନଲଆଇନର ବିଭିନ୍ନ ଆପରେ ବେଟିଂ କରି ଲକ୍ଷାଧିକ ଟଙ୍କା ଲସ କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ମଧ୍ୟ ଋଣଗ୍ରସ୍ତ ଥିଲା ମୃତକ ସୁଜିତ ରାୟ । ପୋଲିସ ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ପାଇଥିବା ଆଧାରରେ ସୁଜିତ ଋଣଗ୍ରସ୍ତ ଥିଲା । ଗୋଟିଏ ମାସରେ ଗୋଟିଏ ଆପରେ ୪ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ ଟଙ୍କା କ୍ଷତି ହୋଇଥିବା ଝାରସୁଗୁଡା SP ସୂଚନା ଦେଇଛନ୍ତି । ତେବେ ଏହିଭଳି ଅନଲଆଇନ ବେଟିଂରୁ ଆଜିର ଯୁବପିଢ଼ି ନିବୃତ ରୁହନ୍ତୁ ବୋଲି ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.