ଆଖିରେ କଣ୍ଟ୍ରୋଲ ହେବ ଆଇଫୋନ, ଆପଲ୍‌ ଆଣିଲା ବଢ଼ିଆ ଫିଚର

ଆପଲ୍‌ ଏକ ନୂଆ ଫିଚର ଆଣିଛି । ଯେଉଁ ଫିଚରକୁ ବ୍ୟବହାର କରି ଦିବ୍ୟାଙ୍ଗମାନେ ସହଜରେ ଆଇଫୋନ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫିଚର କଣ ଆଉ ଏହାକୁ କିପରି ବ୍ୟବହାର କରିହେବ ।

ଆପଲ୍ ସବୁବେଳେ ନିଜ ୟୁଜରଙ୍କ ପାଇଁ ଖାସ୍‌ ଫିଚର ଆଣିଥାଏ । ଏହି ଫିଚର ଦ୍ୱାରା ୟୁଜରମାନେ ବହୁଲ ଲାଭ ପାଆନ୍ତି । କିନ୍ତୁ ଯେଉଁମାନେ ଦିବ୍ୟାଙ୍ଗ ତାଙ୍କୁ ଫୋନ ଚଳାଇବାରେ ବହୁତ ଅସୁବିଧା ହୁଏ । ସେମାନେ ଫୋନ କିଣିଲେ ମଧ୍ୟ ଏହାକୁ ଚଳାଇ ପାରନ୍ତି ନାହିଁ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆପଲ୍‌ ଏକ ନୂଆ ଫିଚର ଆଣିଛି । ଯେଉଁ ଫିଚରକୁ ବ୍ୟବହାର କରି ଦିବ୍ୟାଙ୍ଗମାନେ ସହଜରେ ଆଇଫୋନ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫିଚର କଣ ଆଉ ଏହାକୁ କିପରି ବ୍ୟବହାର କରିହେବ ।

ଆପଲ୍‌ ଆଇ ଟ୍ରାକିଂ ନାମକ ଏକ ନୂଆ ଫିଚର ଆଣିଛି । ଏହି ଫିଚର ସାହାଯ୍ୟରେ ଆପଣ ବର୍ତ୍ତମାନ ନିଜ ଆଖିରେ ଆପଣଙ୍କ ଆଇଫୋନ୍ ଏବଂ ଆଇପ୍ୟାଡକୁ କଣ୍ଟ୍ରୋଲ କରିପାରିବେ । ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

ଏହି ଫିଚର ଆପଣଙ୍କ ଆଇଫୋନ୍ କିମ୍ବା ଆଇପ୍ୟାଡର ଫ୍ରଣ୍ଟ କ୍ୟାମେରା ବ୍ୟବହାର କରିବ ଏବଂ ଆପଣଙ୍କ ଆଖିର ଗତିବିଧିକୁ ଟ୍ରାକ୍ କରି ସ୍କ୍ରିନ୍ ମାଧ୍ୟମରେ ନେଭିଗେଟ୍ ଏବଂ ସ୍କ୍ରୋଲ୍ କରିବାରେ ସାହାଯ୍ୟ କରିବ । ୟୁଜର୍ସମାନେ ମାତ୍ର କିଛି ସେକେଣ୍ଡ ପାଇଁ ଫ୍ରଣ୍ଟ ଫେସିଙ୍ଗ୍‌ କ୍ୟାମେରାକୁ ବ୍ୟବହାର କରି ଏହି ଫିଚରକୁ ଆକ୍ଟିଭ କରିପାରିବେ । ଖାସ୍‌ କଥା ହେଉଛି ଏହି ଦମଦାର ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ ନୂଆ ଆଇଫୋନ୍ କିମ୍ବା ଆଇପ୍ୟାଡ୍ କିଣିବାର ଆବଶ୍ୟକତା ନାହିଁ ।

ଆପଲ୍ କହିଛି ଯେ ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କର A12 ଚିପସେଟ କିମ୍ବା ତାଠାରୁ ଉପର ଭର୍ସନର ଆଇଫୋନ୍ କିମ୍ବା ଆଇପ୍ୟାଡ୍ ରହିଥିବା ଜରୁରୀ । ଆପଣଙ୍କୁ କୌଣସି ଖାସ୍‌ ଜିନିଷ କିମ୍ବା ଡିଭାଇସର ଆବଶ୍ୟକତା ନାହିଁ । ଆପଲ୍‌ ଦେଇଥିବା ସୂଚନା ଅନୁସାରେ ଏହି ଫିଚରକୁ iPadOS ଏବଂ iOS ରେ ବ୍ୟବହାର କରିହେବ । ଏହି ଫିଚରକୁ ଆକ୍ଟିଭ୍‌ କରିବା ପାଇଁ କେବଳ କିଛି ସେକେଣ୍ଡ ସମୟ ଲାଗିଥାଏ ଏବଂ ଆପଲ୍ ଆପଣଙ୍କ ଆଖିର ଗତିବିଧିକୁ ସଠିକ୍ ଭାବରେ ବୁଝିବା ପରେ ହିଁ ଡିଭାଇସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ବ୍ୟବହାର କରେ । ଭଲ କଥା ହେଉଛି ଆପଣ ଏହି ଫିଚରକୁ କେବଳ ଆପଲ ଆପରେ ନୁହେଁ ଅନ୍ୟ ଆପରେ ମଧ୍ୟ ବ୍ୟବହାର କରିପାରିବେ ।

ଆଇ କଣ୍ଟ୍ରୋଲ ଫିଚର ବ୍ୟତୀତ ଆପଲ୍ ଆକ୍ସେସିବିଲିଟି ସେକ୍ସନରେ ମଧ୍ୟ କିଛି ଖାସ୍‌ ଫିଚର ସାମିଲ କରିଛି, ଯାହା ଯାତ୍ରା ସମୟରେ ହେଉଥିବା ମୁଣ୍ଡ ବୁଲାଇବା ସମସ୍ୟାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହି ଫିଚର ଦ୍ୱାରା ଆପଣଙ୍କ ମୁଣ୍ଡ ବୁଲାଇବା ସମସ୍ୟାକୁ କମାଇ ହେବ । ତେବେ ଆପଲ ଆଣିଥିବା ଆଇ ଟ୍ରାକିଂ ଫିଚର ଦିବ୍ୟାଙ୍ଗଙ୍କ ପାଇଁ ବହୁତ ଆରାମଦାୟକ ହେବ । ଆପଣ ବି ଏହି ଫିଚରର ଖୁବ୍‌ ଲାଭ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.